ଓଡିଶା

odisha

ETV Bharat / city

ରାଜ୍ୟରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

ରାଜ୍ୟରେ ଦ୍ରୁତଗତିରେ ବଢୁଛି କୋରୋନା ସଂକ୍ରମଣ । ଆଜି କଟକର ଅଶ୍ବିନୀ ହସ୍ପିଟାଲରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଯାଇଛି ପ୍ଲାଜମା ଥେରାପି ଚିକିତ୍ସା। ଅଧିକ ଖବର ପଢନ୍ତୁ...

ରାଜ୍ୟରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପି
ରାଜ୍ୟରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

By

Published : Jul 16, 2020, 10:13 AM IST

କଟକ: ରାଜ୍ୟରେ ଦ୍ରୁତଗତିରେ ବଢୁଛି କୋରୋନା ସଂକ୍ରମଣ । ଦିନକୁ ଦିନ ସଂଖ୍ୟା ବଢି ଚାଲିଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ ଲଗାଇ ହେଉନି । ତେବେ ଦିଲ୍ଲୀ ଓ ମହାରାଷ୍ଟ୍ର ରାଜ୍ୟ ଭଳି ଓଡିଶା ମଧ୍ୟ ପ୍ଲାଜମା ଥେରାପିକୁ ଆପଣେଇଛି । ବୁଧବାର ଏନେଇ ଏସସିବିରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରାଯାଇଥିବାବେଳେ ଆଜି କଟକର ଅଶ୍ବିନୀ ହସ୍ପିଟାଲରେ ପ୍ରଥମ କୋରୋନା ରୋଗୀଙ୍କୁ ଦିଆଯାଇଛି ପ୍ଲାଜମା ଥେରାପି ଚିକିତ୍ସା।

ଅଶ୍ବିନୀ ହସ୍ପିଟାଲରେ ଜଣେ 48 ବର୍ଷୀୟ ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ଗତକାଲି 4 ଜଣଙ୍କ ପ୍ଲାଜମା ସଂଗ୍ରହ କରାଯାଇଥିଲା। ତେବେ B ପଜିଟିଭ ପ୍ଲାଜମା ସମ୍ପୃକ୍ତ ରୋଗୀଙ୍କୁ ଦିଆଯାଇଥିବା ଜଣାପଡିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details