ଓଡିଶା

odisha

ETV Bharat / city

ଅନଲାଇନରେ ଲୋକଙ୍କ ଅଭିଯୋଗ ଶୁଣିବେ ଡିସିପି

କଟକ ପୋଲିସର ନୂଆ ପଦକ୍ଷେପ । ସାଧାରଣ ଲୋକଙ୍କ ଅଭିଯୋଗ ପାଇଁ ଖୋଲିବ ଅନଲାଇନ ଡେସ୍କ । ଫେସବୁକ ଏବଂ ଟ୍ବିଟର ଯୋଗେ ଅଭିଯୋଗ କରିପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ଅଧିକ ପଢନ୍ତୁ..

By

Published : Jun 2, 2020, 9:29 PM IST

the-dcp-will-hear-peoples-complaints-online
the-dcp-will-hear-peoples-complaints-online

ଭୁବନେଶ୍ବର: ଲକଡାଉନ ଫଳରେ କଟକ ସହରର ବହୁ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଅନଲାଇନ ଡେସ୍କ ଖୋଲାଯାଇଛି । ଏହି ଡେସ୍କରେ କଟକ ଡ଼ିସିପିଙ୍କର ଏକ ଟ୍ୱିଟର ଆକାଉଣ୍ଟ ଖୋଲାଯାଇଥିଲା ବେଳେ ଫେସବୁକରେ ମଧ୍ୟ ଏକ ଆଇଡି ଖୋଲାଯାଇଛି ।

ଅନଲାଇନରେ ଲୋକଙ୍କ ଅଭିଯୋଗ ଶୁଣିବେ ଡିସିପି

କଟକର ଯେକୌଣସି ବ୍ୟକ୍ତି ଅସୁବିଧାରେ ପଡ଼ିଲେ କୌଣସି ସ୍ଥାନରେ ଫସିଗଲେ କିମ୍ବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ଟ୍ୱିଟର କିମ୍ବା ଫେସବୁକ ମାଧ୍ୟମରେ ଡ଼ସିପିଙ୍କ ନିକଟରେ ଅଭିଯୋଗ କରିପାରିବ । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମଧାନ କରାଯିବ। ଏହା ଆଗକୁ ବେଶ ସହାୟକ ହେବ ବୋଲି କଟକ ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details