ଓଡିଶା

odisha

By

Published : May 23, 2021, 10:07 PM IST

ETV Bharat / city

ୟାସ'ର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ପସ୍ତୁତି

ସମ୍ଭାବ୍ୟ ବାତ୍ୟା ୟାସ'ର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସି ଜରିଆରେ ବୈଠକ । ଅଧିକ ପଢନ୍ତୁ...

ୟାସ'ର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ପସ୍ତୁତି
ୟାସ'ର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ପସ୍ତୁତି

କଟକ: ବାତ୍ୟା ୟାସ'ର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଡ଼ିଓ, ତହସିଲଦାର ଓ ସ୍ୱାସ୍ଥ୍ୟ ବିଭାଗ ସହ କରିଛନ୍ତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

ୟାସ'ର ମୁକାବିଲା ପାଇଁ କଟକ ଜିଲ୍ଲା ପ୍ରଶାସନର ପସ୍ତୁତି


ପ୍ରଥମ ପର୍ଯ୍ୟାୟରେ 25 ବାତ୍ୟା ଆଶ୍ରୟସ୍ଥଳୀ, 103 ଅସ୍ଥାୟୀ ସ୍କୁଲରେ ଆଶ୍ରୟ ସ୍ଥଳ ହେବା ନେଇ ପ୍ରସ୍ତୁତି ସରିଛି । ଲୋକଙ୍କୁ ପ୍ରଥମେ କୋଭିଡ୍ ପରୀକ୍ଷଣ ଲକ୍ଷଣ ନଥିଲେ ପରେ ଖାଦ୍ୟ ପାନୀୟ ଆଦି ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଏହା ସହିତ ଜିଲ୍ଲାର ସମସ୍ତ ଶିଶୁ, ଭିନ୍ନକ୍ଷମ, ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ରହିବା ଦିଗରେ ରହିବ ପ୍ରମୁଖ ଫୋକ୍ସ ।

ଏହାସହ ଜରୁରୀକାଳୀନ ସେବା, ସମଗ୍ରୀ, ଔଷଧ, ଜେନେରେଟର, ଲାଇଟ୍ ଇତ୍ୟାଦି ମହଜୁଦ୍ ରଖାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details