କଟକ: ଲକ ଡାଉନ ରାତି ଲୁଟେରାଙ୍କ ସାଥି । ବେଳ ବୁଡିଲେ ହୁଏ ଯୋଜନା । କେମିତି ହେବ ଚୋରି । ତେବେ ଚୋର ଙ୍କ ନଜର ଏବେ ମନ୍ଦିର ଉପରେ । ଗତକାଲି ମଧ୍ୟ ରାତିରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଗଣେଶ ଘାଟ ନିକଟରେ ଥିବା 2 ଟି ମନ୍ଦିର ଯଥାକ୍ରମେ ପୁରଣା ସାଇ ମନ୍ଦିର ଓ ହରଚଣ୍ଡୀ ମନ୍ଦିରରୁ ଠାକୁରଙ୍କ ଗହଣା ଠୁ ଆରମ୍ଭ କରି ହୁଣ୍ଡି ଟଙ୍କା ପର୍ଯ୍ୟନ୍ତ ସବୁ ଗତକାଲି ରାତି ରେ ଚଳୁ କରିଛନ୍ତି ଦୁର୍ବୁତ୍ତ । ଜହାକୁ ନେଇ ଉଭୟ ପୁରୀଘାଟ ଓ ଲାଲବାଗ ଥାନାରେ ମାମଲା ଦାୟର କରାଯାଇଛି ।
ଲକଡାଉନ ରାତି ଲୁଟେରାଙ୍କ ସାଥୀ, ଲୁଟିନେଲେ ଗହଣା ଓ ହୁଣ୍ଡିଟଙ୍କା
ବେଳ ବୁଡିଲେ ଯୋଜନା ରଚୁଛନ୍ତି ଚୋର । କେମିତି ହେବ ଚୋରି । ତେବେ ଚୋର ଙ୍କ ନଜର ଏବେ ମନ୍ଦିର ଉପରେ । ଗତକାଲି ମଧ୍ୟ ରାତିରେ ଏପରି ଏକ ଘଟଣା କଟକରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..
temple-loot-in-cuttack
ତେବେ ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସିସିଟିଭି ଯାଞ୍ଚ କରିବା ସହ ମନ୍ଦିରର କର୍ମକର୍ତ୍ତାଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ