କଟକ: ଜାନୁଆରୀ 10 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟଦ୍ ମୁସ୍ତାକ ଅଲ୍ଲୀ ଟ୍ରଫି । ଏନେଇ 20 ଜଣିଆ ଓଡିଶା କ୍ରିକେଟ୍ ଟିମ୍ କୋଲକାତା ଗସ୍ତରେ ଯାଇଛନ୍ତି । ସେହିପରି କୋଚ ଓ ସପୋର୍ଟିଂ ଷ୍ଟାଫ୍ଙ୍କୁ ମିଶାଇ 9 ଜଣ ମଧ୍ୟ କୋଲକାତା ଗସ୍ତ କରିଛନ୍ତି।
ଓଡିଶା ତାର ପ୍ରଥମ ମ୍ୟାଚ୍ ଘରୋଇ ବେଙ୍ଗଲ ବିପକ୍ଷରେ ଖେଳିବ । ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇବ । ଓଡିଶା ଟିମ୍, ଯାଦବପୁର ବିଶ୍ବବିଦ୍ୟାଳୟ ଓ ଇଡେନଗାର୍ଡେନରେ ସମସ୍ତ ମ୍ୟାଚ୍ ଖେଳିବ ।