ଓଡିଶା

odisha

ETV Bharat / city

ଆଇନଜୀବୀ ଆନ୍ଦୋଳନକୁ ସୁପ୍ରିମକୋର୍ଟଙ୍କ କଡାନିନ୍ଦା, ଦେଲେ ଚେତାବନୀ

ଓଡିଶାରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ । କଡା ଚେତାବନୀ ଦେବା ସହ ଯଦି ସ୍ଥିତି ସ୍ବାଭାବିକ କରିବା ପାଇଁ ରାଜ୍ୟ ପୋଲିସ ଅସମର୍ଥ ହେଉଛି ତେବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି ।

ଫାଇଲ ଫଟୋ

By

Published : Oct 22, 2019, 8:49 PM IST

କଟକ: ଓଡିଶାରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ । ଆଜି ଏ ସଂପର୍କିତ ଏକ ମାମଲାର ଶୁଣାଣିରେ ଜଷ୍ଟିସ୍ ସଞ୍ଜୟ କିସନ୍ କାଉଲ୍ ଓ ଜଷ୍ଟିସ୍ କେଏମ୍ ଜୋସେଫଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଆନ୍ଦୋଳନକୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ।

ଯଦି ସ୍ଥିତି ସ୍ବାଭାବିକ କରିବା ପାଇଁ ରାଜ୍ୟ ପୋଲିସ ଅସମର୍ଥ ହେଉଛି ତେବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି । ଏହା ସହ ଟେମ୍ପଲ ଅଫ୍ ଜଷ୍ଟିସକୁ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ 2 ଜଣିଆ ଖଣ୍ଡପୀଠ କହିଛନ୍ତି ।

ସେହିପରି ଅଦାଲତରେ ଅଚଳାବସ୍ଥା ଆଦୌ ଗ୍ରହଣୀୟ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ କୋର୍ଟ କାର୍ଯ୍ୟ ବନ୍ଦ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଥିସହିତ ଓଡିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ ଚଳାଇବେ ନାହିଁ । ତେଣୁ କୋର୍ଟ କିଭଳି ଚାଲିବ ସେନେଇ ପରାମର୍ଶ ମାଗିଛନ୍ତି 2 ଜଣିଆ ଖଣ୍ଡପୀଠ ।

ସେପଟେ ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ଅଦାଲତରେ ଆନ୍ଦୋଳନ ହେଉଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଓକିଲ ଆନ୍ଦୋଳନ କରୁଛନ୍ତି । ମାତ୍ର କୋର୍ଟ ଖୋଲା ରହୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ରେଜିଷ୍ଟ୍ରାର । ଏହା ସହିତ କୋର୍ଟକୁ ଚଳାଇବା ପାଇଁ ହାଇକୋର୍ଟ ଫୁଲ୍ ବେଞ୍ଚ ଉଦ୍ୟମ କରୁଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ତେବେ ଆସନ୍ତା 24 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details