କଟକ: ବର୍ଦ୍ଧିତ ବିଜୁଳି ବିଲ ପାଇଁ ଦାୟୀ ସରକାର । କେଉଁ ଉଦ୍ଦେଶ୍ୟରେ ଟାଟା କମ୍ପାନୀକୁ ବିଦ୍ୟୁତ ବିଭାଗକୁ ହସ୍ତାନ୍ତର କରାଗଲା ସେନେଇ ପ୍ରଶ୍ନ କରିଛି ଏସୟୁସିଆଇ କମ୍ୟୁନିଷ୍ଟ । ଏପରିକି ନିଜର ସ୍ୱାର୍ଥ ପାଇଁ ସରକାର ସାଧାରଣ ଜନତାଙ୍କୁ ଅସୁବିଧାକୁ ଠେଲି ଦେଇଥିବା ଏସୟୁସିଆଇ ଅଭିଯୋଗ କରି ରାଣୀହାଟ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ।
ବର୍ଦ୍ଧିତ ବିଜୁଳି ଦର ପାଇଁ ସରକାର ଦାୟୀ: ଏସୟୁସିଆଇ - ବିଦ୍ୟୁତ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ରାଣୀହାଟ
ଅଘୋଷିତ ବିଦ୍ୟୁତ କାଟ ଏବଂ ବିଦ୍ୟୁତ ବିଭାଗକୁ ଟାଟାକୁ ହସ୍ତାନ୍ତର ପ୍ରତିବାଦରେ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...
ବର୍ଦ୍ଧିତ ବିଜୁଳି ଦର ପାଇଁ ସରକାର ଦାୟୀ: ଏସୟୁସିଆଇ
ତେବେ ଗୋଟିଏ ପଟେ ଲୋ ଭଲଟେଜ ହେଉ ଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ମଧ୍ୟ ହେଉଛି । ଏହାସହ 4 ମାସ ପୂର୍ବରୁ ମଧ୍ୟ ବର୍ଦ୍ଧିତ ହୋଇଥିଲା ବିଜୁଳି ଦର । ହେଲେ ପୁଣି ଦର ବଢାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହାକୁ ପ୍ରତ୍ୟାହାର ନକଲେ ସରକାର ଏକ ବଡ଼ ଜନ ଆନ୍ଦୋଳନର ସମ୍ନା କରିବେ ବୋଲି ଚେତାବନୀ ଦେଇଛି ଏସୟୁସିଆଇ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ