କଟକ:ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡ ପରୀକ୍ଷାରେ ସଂସ୍କାର ବ୍ୟବସ୍ଥା ଏକତରଫା ନିଷ୍ପତ୍ତି । ଏନେଇ ଛାତ୍ର, ଶିକ୍ଷକ, ଅଭିଭାବକ ମିଳିତ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଗୋଟିଏ ପରୀକ୍ଷା ପରିବର୍ତ୍ତେ ନବମ, ଦଶମ ଶ୍ରେଣୀରେ ୪ଟି ପରୀକ୍ଷା ଲାଗୁ କରିଛି । ଏହି ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଛାତ୍ର, ଶିକ୍ଷକ, ଅଭିଭାବକ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।
ଡିସେମ୍ବର ୮ରେ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୪ଟି ଜୋନ କାର୍ଯ୍ୟାଳୟ ଘେରାଉ କରିବ ମଞ୍ଚ। ବୋର୍ଡ କିମ୍ବା ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏଥି ସହିତ ଜଡିତ ଶିକ୍ଷକ ସଂଗଠନ, ଛାତ୍ର ସଂଗଠନ ଓ ଅଭିଭାବକ ସଂଘ ସହ ଆଲୋଚନା କରିବା ଉଚିତ। ନୂଆ ପଦ୍ଧତି ଅନୁଯାୟୀ ନବମ ଓ ଦଶମ ଶ୍ରେଣୀରେ ୪ଟି ଫରମେଟିଭ ଆସେସମେଣ୍ଟ ଓ ୨ଟି ସମେଟିଭ ଆସେସମେଣ୍ଟ ବ୍ୟବସ୍ଥା କରାଯାଇଛି ।