କଟକ: କାଳୀପୂଜା ଓ ଦୀପାବଳି ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ । ସହରରେ ଶାନ୍ତିଶୃଙ୍ଖଳାର ସହ ଏହି ଆଲୋକର ପର୍ବ ପାଳନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ସହରକୁ ଜଗିବେ ୧୮ ପ୍ଲାଟୁନ ପୋଲିସ ଫୋର୍ସ । ଏଥିପାଇଁ ୧୦୪ ଜଣ ଅଫିସର ନିୟୋଜିତ ରହିବେ । ୫୨ଟି ସେକ୍ସନ ଫୋର୍ସ, ୧୬ ଜଣ ହାବିଲଦାର, ୧୭୧ ଜଣ ଏପିଆର ଓ ୧୨୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ ।
ଏହାସହ ସହରରେ ୧୪ଟି ଏଡ୍ ପୋଷ୍ଟ ମଧ୍ୟ କରାଯିବ । ତେବେ ସହରରେ ମୂର୍ତ୍ତି ବିସର୍ଜନ ପାଇଁ ଦେବୀଗଡ଼ାରେ ୩ଟି କୁଣ୍ଡ କରାଯାଇଛି । ୬ ତାରିଖ ସୁଦ୍ଧା ମୂର୍ତ୍ତି ବିସର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ସମସ୍ତ କୋଭିଡ ଗାଇଡଲାଇନ ଅନୁପାଳନ କରାଯାଇ ଦୀପାବଳି ଓ କାଳୀ ପୂଜା ପାଳନ କରିବା ପାଇଁ କଟକ ଡିସିପି ପ୍ରତୀକ ସିଂ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ।