ଓଡିଶା

odisha

ETV Bharat / city

କଟକର ସ୍ଥିତି ଦୁଇଦିନ ମଧ୍ୟରେ ସ୍ବାଭାବିକ ହେବ: ଏଡିଏମ

ଆଉ ମାତ୍ର ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କଟକରେ ପୁନରୁଦ୍ଧାର କାର୍ଯ୍ୟ ସରିବା ସହ ସହର ପୁଣି ହସି ଉଠିବ ବୋଲି କହିଛନ୍ତି କଟକ ଏଡିଏମ ଅଜୟ କୁମାର ଖଣ୍ଡାୟତରାୟ ।

By

Published : May 12, 2019, 9:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ


କଟକ: 'ଫନି' ଯିବା ପରେ ସିଲଭରସିଟିର ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିଲା । ପାନୀୟ ଜଳ, ବିଜୁଳି, ଯୋଗଯୋଗ ଓ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଯାହାକୁ ନେଇ ସହରରେ ହାହାକାର ପଡିଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଥିବା ଦେଖାଯାଇଛି ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଆଉ ମାତ୍ର ଦୁଇ ଦିନ ମଧ୍ୟରେ କଟକରେ ସଂପୂର୍ଣ୍ଣ ଭାବେ ପୁନରୁଦ୍ଧାର କାର୍ଯ୍ୟ ସରିବା ସହ ସହର ପୁଣି ହସି ଉଠିବ ବୋଲି କହିଛନ୍ତି କଟକ ଏଡିଏମ ଅଜୟ କୁମାର ଖଣ୍ଡାୟତରାୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

କଟକର ପୂର୍ବସ୍ଥିତି ଯେପରି ଥିଲା ସେହି ସ୍ଥିତିକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ତାର ସମସ୍ତ ଚେଷ୍ଟା ଜାରି ରଖିଛି । ସହରର 95% ଅଞ୍ଚଳରେ ବିଜୁଳି ସଂଯୋଗ ହୋଇସାରିଲାଣି । ଏହାସହିତ ପାନୀୟଜଳ ଯୋଗାଣ ମଧ୍ୟ ସୁଚାର ରୂପେ ଲୋକମାନଙ୍କ ପାଖରେ ପହଞ୍ଚୁଛି । କିନ୍ତୁ କିଛି ମାତ୍ରାରେ ପାନୀୟଜଳ ଯୋଗାଣ ସଂକ୍ରାନ୍ତୀୟ ଅଭିଯୋଗ ଜିଲ୍ଲା ପ୍ରଶାସନର ହସ୍ତଗତ ହେଉଥିବା ବେଳେ ଏହାର ସମାଧାନ ମଧ୍ୟ ସଙ୍ଗେସଙ୍ଗେ କରାଯାଉଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସୁଦ୍ଧା ସହରର ଅଧିକାଂଶ ଲୋକ ରିଲିଫ ପାଇସାରିଲେଣି । ଆଜି ଅବଶିଷ୍ଟ ଲୋକମାନେ ରିଲିଫ ପାଇବେ । ମୋଟାମୋଟି ଭାବେ କହିବାକୁ ଗଲେ କଟକ ଆଉ ମାତ୍ର ଦୁଇଦିନ ମଧ୍ୟରେ ସ୍ବାଭାବିକ ସ୍ଥିତିକୁ ଫେରିଆସିବ ବୋଲି ଶ୍ରୀ ଖଣ୍ଡାୟତରାୟ ଆଶାବ୍ୟକ୍ତ କରିଛନ୍ତି ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details