ଓଡିଶା

odisha

ETV Bharat / city

ଏସସିବିରେ ସିଲଭର ଯୁବଲି ଉତ୍ସବ, ଆଣିବ ନୂଆ ଗବେଷଣା

ଆସନ୍ତା 26 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଏସସିବି ପାଳିବ ସିଲଭର ଜୁବଲି ବର୍ଷ । 75 ତମ ବର୍ଷ ଭିତରେ ଏସସିବିର ଉନ୍ନତିରେ ସହାୟକ ହୋଇଥିବା ମହାନୁଭବମାନଙ୍କୁ କରାଯିବ ସମ୍ବର୍ଦ୍ଧିତ । ଅଧିକ ପଢନ୍ତୁ...

By

Published : Nov 12, 2021, 7:57 PM IST

ଏସିବିରେ ସିଲଭର ଯୁବଲି ଉତ୍ସବ : ଆଣିବ ନୂଆ ଗବେଷଣା
ଏସିବିରେ ସିଲଭର ଯୁବଲି ଉତ୍ସବ : ଆଣିବ ନୂଆ ଗବେଷଣା

କଟକ:ଆସନ୍ତା 26 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଏସସିବି ପାଳିବ ସିଲଭର ଯୁବଲି ବର୍ଷ । 75 ତମ ବର୍ଷ ଭିତରେ ଏସସିବିର ଉନ୍ନତିରେ ସହାୟକ ହୋଇଥିବା ମହାନୁଭବମାନଙ୍କୁ କରାଯିବ ସମ୍ବର୍ଦ୍ଧିତ । ଏନେଇ ଗତ କିଛି ମାସ ହେଲାଣି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛି ଏସସିବି । ଆସନ୍ତା ପିଢ଼ିର ଯୁବ ଡାକ୍ତରମାନଙ୍କ ପାଇଁ ମଧ୍ୟ ଆୟୋଜିତ ହୋଇଛି ସେମିନାର । ଯେଉଁଥିରେ ଭାଗ ନେଇଛନ୍ତି ବିଶ୍ୱର ବହୁ ପ୍ରତିଷ୍ଠିତ ବରିଷ୍ଠ ପ୍ରଫେସର ।

ଏସିବିରେ ସିଲଭର ଯୁବଲି ଉତ୍ସବ : ଆଣିବ ନୂଆ ଗବେଷଣା

ଏହି ଅବସରରେ ରାଜ୍ୟରେ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବହୁ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଏହା ମାଧ୍ୟମରେ ଅନେକ ମତରେ ନୂଆ ଦିଗରେ ଗତି କରିବ ଏସିବି । ଚିକିତ୍ସା ପ୍ରଣାଳୀରେ ବିକାଶ ହେବା ସହ ନୂଆ ନୂଆ ଟକ୍ନୋଲୋଜି ସମ୍ପର୍କରେ ଜ୍ଞାନ ପାଇବ ଏହି ସର୍ବପୁରାତନ ମେଡିକାଲ କଲେଜ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details