ଓଡିଶା

odisha

ETV Bharat / city

କଟକରେ ସଟଡାଉନ ସ୍ଥିତି ଭଲ: ଡିସିପି

କଟକରେ ପ୍ରଥମ ଦିନ ସଟଡାଉନ ସଫଳ ରହିଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଛାଡିଦେଲେ ଅନ୍ୟ କୌଣସି ଲୋକ ରାସ୍ତା ଉପରକୁ ମଧ୍ୟ ଆସି ନାହାନ୍ତି । ଯାହାଦ୍ୱାରା ପୋଲିସ ମଧ୍ୟ ସମାନ୍ୟ ଆଶ୍ବସ୍ତି ଲାଭ କରିଛି ।

By

Published : Jun 6, 2020, 4:04 PM IST

shut down
କଟକରେ ସଟଡାଉନ ସ୍ଥିତି ଭଲ

କଟକ: କଟକରେ ପ୍ରଥମ ଦିନ ସଟଡାଉନ ସଫଳ ରହିଛି । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ଛାଡିଦେଲେ ଅନ୍ୟ କୌଣସି ଲୋକ ରାସ୍ତା ଉପରକୁ ମଧ୍ୟ ଆସି ନାହାନ୍ତି । ଯାହାଦ୍ୱାରା ପୋଲିସ ମଧ୍ୟ ସମାନ୍ୟ ଆଶ୍ବସ୍ତି ଲାଭ କରିଛି ।

କଟକରେ ସଟଡାଉନ ସ୍ଥିତି ଭଲ

ସମୁଦାୟ 16 ପ୍ଲାଟୁନ ଫୋର୍ସ ସହରର ପ୍ରତ୍ୟେକ ଚେକିଂ ଓ ବ୍ଳକିଂ ପଏଣ୍ଟରେ ମୁତୟନ ରହିଛନ୍ତି । ଯେଉଁମାନେ ଗାଡି ନେଇ ଆସୁଛନ୍ତି ସେମାନଙ୍କୁ ତାଗିଦ ମଧ୍ୟ କରୁଛି ପୋଲିସ । ବିଶେଷକରି ଅଭ୍ୟାସଗତ ଅମାନିଆଙ୍କୁ ମଧ୍ୟ ସାବାଡ଼ କରୁଛି କମିଶନରେଟ ପୋଲିସ ।

ଏହାଛଡା ଗତ ସଟଡାଉନ ଠୁ ଏହି ସଟଡାଉନ ଟିକେ ଭିନ୍ନ ରହିଛି । କାରଣ ସେହି ସମୟରେ କେବଳ ମେଡିକାଲ ସେବାକୁ ଛାଡିଲେ ଅନ୍ୟ କୌଣସି ସେବାକୁ ଗୁରୁତ୍ୱ ଦିଆଯାଇନଥିଲା । କିନ୍ତୁ ଚଳିତ ସଟଡାଉନରେ ବସ ଟ୍ରେନ ଭଳି କିଛି ସେବାକୁ ଅନୁମତି ଥିଲା । ତେବେ ମୋଟାମୋଟି ଭାବରେ କହିବାକୁ ଗଲେ କଟକରେ ସଟଡାଉନ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ଡିସିପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details