ଓଡିଶା

odisha

ETV Bharat / city

ପଞ୍ଚୁକରେ ଧବଳେଶ୍ବର ପୀଠରେ ଲାଗୁ ହେବ ୧୪୪ ଧାରା - ବଡ଼ଓଷାରେ ଧବଳେଶ୍ବର ପୀଠ

ଆଠଗଡର ଆରାଧ୍ୟଦେବ ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା ଜାରି କରିଛି କଟକ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

Section 144 To Be imposed At Cuttack Dhabaleswar Temple
ଧବଳେଶ୍ବର ପୀଠରେ ପଞ୍ଚୁକ ଯାତ୍ରା ପାଇଁ ୧୪୪ ଧାରା ଜାରି

By

Published : Nov 11, 2021, 9:32 PM IST

Updated : Nov 11, 2021, 10:21 PM IST

କଟକ:ଆଠଗଡର ଆରାଧ୍ୟଦେବ ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବା ସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି କରିଛି।

ପଞ୍ଚୁକରେ ଧବଳେଶ୍ବର ପୀଠରେ ଲାଗୁ ହେବ ୧୪୪ ଧାରା

ଆସନ୍ତାକାଲି ଶୁକ୍ରବାର ୧୨ ତାରିଖ ଠାରୁ ୧୯ ତାରିଖ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କେବଳ ସେବାୟତମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ। ମାତ୍ର ଭକ୍ତଙ୍କୁ ଦର୍ଶନ ନିଷେଧାଦେଶ କରାଯାଇଛି । ଗୁରୁଡିଝାଟିଆ ପୁଲିସ ଆଇନଶୃଙ୍ଖଳା ଦାୟିତ୍ବରେ ରହିବେ।

ସୂଚନା ଅନୁଯାୟୀ, ଧବଳେଶ୍ବର ପୀଠରେ ପଞ୍ଚୁକ ଯାତ୍ରା ପାଇଁ ୧୪୪ ଧାରା ଜାରି ହୋଇଥିବାବେଳେ, ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ। ଏହା ପୂର୍ବରୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ଅଁଳାନବମୀ ଓ ବଡ଼ଓଷାରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। କୋଭିଡ଼ ଯୋଗୁଁ ଗତବର୍ଷ ମଧ୍ୟ ଧବଳେଶ୍ବର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 11, 2021, 10:21 PM IST

ABOUT THE AUTHOR

...view details