କଟକ:ଆରମ୍ଭ ହୋଇଛି ନବରାତ୍ର ପୂଜା । ଚଳଚଞ୍ଚଳ ହୋଇଉଠିଛି ମଣ୍ଡପ। ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ। ଏହି ଷଷ୍ଠୀ ପୂଜାରେ ମା ଙ୍କ ପରମ୍ପରା ଅନୁୟାୟୀ ବିଭିନ୍ନ ରୀତିନୀତି ସମ୍ପନ୍ନ କରାଯାଇଥାଏ। ଚଳିତବର୍ଷ କଟକ ଶେଖ ବଜାର ପୂଜା ମଣ୍ଡପରେ କିଭଳି ପ୍ରସ୍ତୁତି ଚାଲିଛି ।
ଦଶହରା ପର୍ବର ଆଜି ହେଉଛି ପବିତ୍ର ଷଷ୍ଠୀ। ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବେଲ ବରଣ କରାଯାଇଥାଏ। ଆଜିଠାରୁ ମା ଙ୍କୁ ଆବାହନ କରାଯାଏ। ମା ବେଲ ବୃକ୍ଷରେ ବାସ କରନ୍ତି । ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ବତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ପୂଜା ପରେ ବେଲ ବୃକ୍ଷରୁ ଡାଳ ଆଣି ମାଙ୍କୁ ମଣ୍ଡପକୁ ଆବାହନ କରାଯାଇଥାଏ। ଏହି କ୍ରମରେ ସହରର ସମସ୍ତ ମଣ୍ଡପରେ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥାଏ। ଐତିହାସିକ କଟକ ସହରରେ ମା ଙ୍କ ଆଗମନ ପାଇଁ ଅପେକ୍ଷା କରିଛନ୍ତି ସହରବାସୀ। କୋରୋନା କଟକଣା ପାଇଁ ଏଥର ପୂଜା ବି ଫିକା ପଡିବ।