କଟକ: ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ସଞ୍ଜୀବ ମିତ୍ତଲ, ୱାର୍ଡେନ ପ୍ରଫେସର ବିଶ୍ବଜିତ ଶତପଥୀ ଓ ପିଇଓ ଅଭିଷେକ କରଙ୍କ ଆଗୁଆ ଜାମିନ ଆବେଦନ ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାକୁ ନେଇ ବୁର୍ଲା ଥାନାରେ କୁଳପତି, ୱାର୍ଡେନ ଓ ପିଇଓଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାପରେ କୁଳପତି, ୱାର୍ଡେନ ଓ ପିଇଓ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।
ମେ ୩ରେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଳପତି, ୱାର୍ଡେନ୍ ଓ ପିଇଓଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ତିନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଆଗୁଆ ଜାମିନ ପାଇଁ ଦୌରା ଅଦାଲତରେ ଆବେଦନ ଦାଏର କରିବା ପାଇଁ ଆବେଦନକାରୀଙ୍କୁ ଏପରି ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଥିଲା ।