କଟକ: ୭୪ ତମ ସ୍ବାଧୀନତା ଦିବସ ଅବସରରେ ଆଜି କଟକରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ । ଏହି ଅବସରରେ ମନ୍ତ୍ରୀ କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ରାଜ୍ୟରେ ଲକଡାଉନ ସମୟରେ ୧୨ ହଜାର କୋଟି ପୁଞ୍ଜି ନିବେଶ କରାଯାଇଛି । ଯାହାଫଳରେ ସର୍ବଭାରତୀୟ ସ୍ତରରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା ପାଇଛି । ସେହିପରି କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଅଭିବୃଦ୍ଧି ଭଲ ରହିଛି । ଭାରତରେ କୃଷିକ୍ଷେତ୍ରରେ 2.8 ପ୍ରତିଶତ ଅଭିବୃଦ୍ଧି ରହିଥିଲାବେଳେ ଓଡ଼ିଶାରେ 7.6 ପ୍ରତିଶତ ହୋଇଛି । ଏ ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।