ଓଡିଶା

odisha

ETV Bharat / city

‘ନିଜେ ବଞ୍ଚ, ଅନ୍ୟକୁ ବଞ୍ଚିବାର ବାର୍ତ୍ତା ଦିଅ’ - ସଡକ ସୁରକ୍ଷା ସପ୍ତାହ

ରାସ୍ତାର ନିୟମ ମାନି ଗାଡି ଚଲାଅ ଆଉ ସୁରକ୍ଷିତ ଭାବେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚ । ସୁରକ୍ଷିତ ଭାବରେ ଗାଡିଚାଳନା ପାଇଁ ଲୋକମାନଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ୩୧ ତମ ଜତୀୟ ସଡକ ସୁରକ୍ଷା ସପ୍ତାହ।

safty-awarness-in-cuttack
safty-awarness-in-cuttack

By

Published : Jan 11, 2020, 11:34 PM IST

କଟକ: ସଡକ ସୁରକ୍ଷା ଜୀବନ ରକ୍ଷା । ରାସ୍ତାର ନିୟମ ମାନି ଗାଡି ଚଲାଅ ଆଉ ସୁରକ୍ଷିତ ଭାବେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚ । ସୁରକ୍ଷିତ ଭାବେ ଗାଡିଚାଳନା ପାଇଁ ଲୋକମାନଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ୩୧ତମ ଜତୀୟ ସଡକ ସୁରକ୍ଷା ସପ୍ତାହ ।

କଟକରେ ସଡକ ସୁରକ୍ଷା ସପ୍ତାହ; ନିଜେ ବଞ୍ଚ ଅନ୍ୟକୁ ବଞ୍ଚିବାର ବାର୍ତ୍ତା ଦିଅ

ବର୍ତ୍ତମାନ ଭାରତବର୍ଷରେ ବଢ଼ିବାରେ ଲାଗିଛି ସଡକ ଦୁର୍ଘଟଣା । ଯାହା ପାଇଁ ବେଶ ଚିନ୍ତାରେ ସରକାର । କାରଣ ଏଥିପାଇଁ ପ୍ରତ୍ୟକ ଦିନ ବହୁ ପରିମାଣରେ ଜୀବନହାନୀ ଘଟିବାରେ ଲାଗିଛି । ସେହି ପରିପ୍ରେକ୍ଷୀରେ ଆଜି (ଶନିବାର) ଆରମ୍ଭ ହୋଇଥିବା ୩୧ ତମ ସଡକ ସୁରକ୍ଷା ସପ୍ତାହରେ ଅଭିନବ ପ୍ରୟାସ କରିଛି କମିଶନରେଟ ପୋଲିସ।

ଲୋକ ମାନଙ୍କୁ ସଚେତନତା ଉଦ୍ଦେଶ୍ୟରେ ଟ୍ରାଫିକ କର୍ମଚାରୀଙ୍କ ପକ୍ଷରୁ ଏକ ବାଇକ ରାଲି ଆୟୋଜିତ କରିଥିଲା କମିଶନରଟେ ପୋଲିସ । ଯାହାଦ୍ବାରା ଲୋକମାନେ ନିୟମ ମାନି ଗାଡିଚଳାଇବେ ଓ ନିଜ ଜୀବନକୁ ସୁରକ୍ଷିତ ରଖିପାରିବେ। ତେବେ ଏହି ଟ୍ରାଫିକ ସଚେତନତା କଯ୍ୟକ୍ରମରେ କଟକ ଡିସିପି, ଟ୍ରାଫିକ ଏସିପିଙ୍କ ସମେତ ସିନେ ତାରକା ମିହିର ଦାସ , ଅମ୍ଳାନ, କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details