ଓଡିଶା

odisha

ETV Bharat / city

ମଶାଣି ପାଇଁ ଜମି ଯୋଗାଇଦେବା ଦାବି କରି ରାସ୍ତାରୋକ, ଆଠଗଡ-ନରସିଂହପୁର ଯାତାୟାତ ବାଧାପ୍ରାପ୍ତ - କଟକ ଖବର

ଗ୍ରାମରେ ମଶାଣି ନଥିବାରୁ ଶବ ସତ୍କାର କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକର ଚମ୍ପେଶ୍ବର ଗ୍ରାମବାସୀ । ଅଧିକ ଖବର ପଢନ୍ତୁ...

ମଶାଣି ପାଇଁ ରାସ୍ତାରୋକ
ମଶାଣି ପାଇଁ ରାସ୍ତାରୋକ

By

Published : Dec 16, 2019, 10:25 AM IST

କଟକ: ମଣିଷର ମୃତ୍ୟୁ ପରେ ଶେଷ ଠିକଣା ହେଉଛି ମଶାଣି । ଗ୍ରାମରେ ମଶାଣି ନଥିବାରୁ ଶବ ସତ୍କାର କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକର ଚମ୍ପେଶ୍ବର ଗ୍ରାମବାସୀ । ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି ସମସ୍ୟା ସମାଧାନ କରିବାରେ ବିଫଳ ଜିଲ୍ଲା ପ୍ରଶାସନ ।

ମଶାଣି ପାଇଁ ରାସ୍ତାରୋକ

ବାରମ୍ବାର ଅଭିଯୋଗ ପରେ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଶେଷରେ ସୋମବାର ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ମଶାଣି ପାଇଁ ଜମି ଯୋଗାଇଦେବା ଦାବି କରି ଗ୍ରାମବାସୀ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି ।

ଏହି ଆନ୍ଦୋଳନ ଫଳରେ ନରସିଂହପୁର ୬୫ ନମ୍ବର ଜାତୀୟ ପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି । ନରସିଂହପୁରରୁ ଆଠଗଡ ,କଟକ ଯାତାୟାତ ଠପ ହୋଇପଡିଛି । ରାସ୍ତା ଉପରେ ଶହଶହ ଗାଡି ଅଟକି ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details