ଓଡିଶା

odisha

ETV Bharat / city

ମାସ୍କ ପିନ୍ଧନ୍ତୁ ନଚେତ ଲଙ୍ଗସ ହେବ ଖରାପ: RMRC DIRECTOR - କୋଭିଡ୧୯

ଧିରେ ଧିରେ କମୁଛି ମାସ୍କର ବ୍ୟବହାର । ମାସ୍କକୁ ଅଣଦେଖା କରୁଛନ୍ତି ଲୋକେ । ଯାହା ସମ୍ପୂର୍ଣ୍ଣ ଭୁଲ। ଅଧିକ ପଢନ୍ତୁ

ମାସ୍କ ପିନ୍ଧନ୍ତୁ ନଚେତ ଲଂଗସ ହେବ ଖରାପ :  RMRC DIRECTOR
ମାସ୍କ ପିନ୍ଧନ୍ତୁ ନଚେତ ଲଂଗସ ହେବ ଖରାପ : RMRC DIRECTOR

By

Published : Nov 20, 2021, 7:56 PM IST

କଟକ:ଧିରେ ଧିରେ କମୁଛି ମାସ୍କର ବ୍ୟବହାର । ମାସ୍କକୁ ଅଣଦେଖା କରୁଛନ୍ତି ଲୋକେ । ଯାହା ସମ୍ପୂର୍ଣ୍ଣ ଭୁଲ । କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ସିନା ହ୍ରାସ ପାଇଛି । କିନ୍ତୁ ସଂକ୍ରମଣ ରହିଛି । ବିଶେଷ କରି କୋଭିଡରେ ସଂକ୍ରମିତ ହେଉଥିବା କିମ୍ବା ସଂକ୍ରମିତ ହୋଇ ସାରିଥିବା ବ୍ୟକ୍ତିଙ୍କ ପାଇଁ ବାୟୁ ପ୍ରଦୂଷଣ ଏକ ମାରାତ୍ମକ ସ୍ଥିତି ସୃଷ୍ଟି କରିପାରେ ।

ମାସ୍କ ପିନ୍ଧନ୍ତୁ ନଚେତ ଲଙ୍ଗସ ହେବ ଖରାପ: RMRC DIRECTOR

କାରଣ ଯେଉଁ ବ୍ୟକ୍ତି କୋଭିଡରୁ ଭଲ ହୋଇଥିବା କିମ୍ବା ଆକ୍ରାନ୍ତ ଥିବା ରୋଗୀଙ୍କର ଲଙ୍ଗସ ପ୍ରଭାବିତ ହୋଇଥିବ । ସେମାନେ ଏହି ବାୟୁ ପ୍ରଦୂଷଣର ଶିକାର ହୋଇପାରନ୍ତି । ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ କୋଭିଡ ରୋଗୀମାନେ ସଚେତନ ରହିବା ଉଚିତ । ସେଥିପାଇଁ ସମସ୍ତଙ୍କୁ ମାସ୍କ ପରିଧାନ କରିବାର ଅଭ୍ୟାସକୁ ଜାରି ରଖିବା ଦରକାର । ଯାହା ଦ୍ୱାରା ଏହି ଭାଇରସ ଲଙ୍ଗସକୁ ପ୍ରଭାବିତ କରି ପାରିବନି । ଏହି ସଚେତନତା ସମସ୍ତଙ୍କ ମଧ୍ୟରେ ରହିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି ଆରଏମଆରସିର ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ପତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details