ଓଡିଶା

odisha

ETV Bharat / city

ନିଖୋଜ ଓଡ୍ରାଫ୍ ଟିମ୍ ଯବାନଙ୍କ ମୃତଦେହ ଉଦ୍ଧାର ଖବରକୁ ଖଣ୍ଡନ କଲେ SRC - ଓଡ୍ରାଫ୍ ଟିମ୍ ଯବାନଙ୍କ ମୃତଦେହ ମିଳିଲା

ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ବେଳେ ନିଖୋଜ ଥିବା ଓଡ୍ରାଫ୍ ଟିମ୍ ଯବାନଙ୍କ ମୃତଦେହ ମିଳିଥିବା ଖବରକୁ ଖଣ୍ଡନ କଲେ SRC । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ ହୋଇନଥିବାରୁ ଖବରକୁ ଖଣ୍ଡନ କରିଛନ୍ତି । ଅଧିକ ପଢନ୍ତୁ...

ଅପରେସନ ଗଜରାଜ: ନିଖୋଜ ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ମିଳୁନି ପତ୍ତା
ଅପରେସନ ଗଜରାଜ: ନିଖୋଜ ଓଡ୍ରାଫ୍ ଟିମ୍ ସଦସ୍ୟଙ୍କ ମିଳୁନି ପତ୍ତା

By

Published : Sep 25, 2021, 8:55 AM IST

Updated : Sep 25, 2021, 10:28 AM IST

କଟକ: ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ବେଳେ ନିଖୋଜ ଥିବା ଓଡ୍ରାଫ୍ ଟିମ୍ ଯବାନଙ୍କ ମୃତଦେହ ମିଳିଥିବା ଖବରକୁ ଖଣ୍ଡନ କଲେ SRC । ନିଖୋଜ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ ହୋଇନଥିବାରୁ ଖବରକୁ ଖଣ୍ଡନ କରିଛନ୍ତି SRC ପ୍ରଦୀପ ଜେନା । ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ନିଖୋଜ ଓଡ୍ରାଫ ଟିମ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ SRC ଟ୍ବିଟ କରିଥିଲେ । ମାତ୍ର ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ମୃତଦେହ ଚିହ୍ନଟ କରାଯାଇ ନ ଥିବାରୁ ସେ ପୁଣି ଖବରକୁ ଖଣ୍ଡନ କରିଛନ୍ତି । ଆଜି(ଶନିବାର) ସକାଳେ ନରାଜ ବ୍ୟାରେଜ ନିକଟରୁ ମୁର୍ମୁଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦିଆଯାଇଥିଲା ।

ତେବେ ଗତକାଲି ମୁଣ୍ଡଳୀ ବ୍ରିଜ ନିକଟରେ ଏକ ଦନ୍ତା ହାତୀ ଫସି ରହିଥିଲା । ହାତୀକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ନଦୀ ଭିତରକୁ ଯାଇଥିଲେ । ଏହି ସମୟରେ ବୋଟ ଓଲଟି ପଡିବାରୁ ବୋଟରେ ବସିଥିବା ଓଡ୍ରାଫ କର୍ମଚାରୀଙ୍କ ସମେତ ଜଣେ ଗଣମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରା ମ୍ୟାନ ଭାସି ଯାଇଥିଲେ ।

ପରେ ପ୍ରତିନିଧିଙ୍କ ମୃତ୍ୟୁ ହୋଇ ଥିବାବେଳେ କ୍ୟାମେରା ମ୍ୟାନ ଏସସିବି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ତେବେ ଅନ୍ୟଜଣେ ନିଖୋଜ ଥିବା ଓଡ୍ରାଫ୍ ଟିମ୍ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ମିଳିପାରି ନାହିଁ । ଅନ୍ୟପଟେ ମୃତ ସାମ୍ବାଦିକଙ୍କ ଅନ୍ତିମ ସତ୍କାର ଜନ୍ମ ମାଟିରେ ଶେଷ ହୋଇଛି । ତେବେ ଏହି ଦୁର୍ଘଟଣା ପରେ ସାରା ରାଜ୍ୟରେ ଏକ ପ୍ରକାର ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ହାତୀ ଉଦ୍ଧାର ସମୟରେ ଏପରି ଆକସ୍ମିକ ଦୁର୍ଘଟଣା ସଭିଙ୍କୁ ଚକିତ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 25, 2021, 10:28 AM IST

ABOUT THE AUTHOR

...view details