ଓଡିଶା

odisha

ETV Bharat / city

ରାକେଶ ଟିକାୟତଙ୍କ କର୍ମୀଙ୍କୁ ଆକ୍ରମଣ, ସାଥିରେ ଥିଲେ ନିର୍ମାଣ କୃଷକ ସଂଗଠନର ଅକ୍ଷୟ କୁମାର - ଟିକାୟତଙ୍କ କର୍ମୀଙ୍କୁ ଆକ୍ରମଣ

ସିଲଭର ସିଟିରେ ରାକେଶ ତିକାୟତଙ୍କୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। କେବଳ ବିରୋଧ ନୁହେଁ ରାକେଶ ଟିକାୟତଙ୍କ କର୍ମୀଙ୍କୁ ମଧ୍ୟ ଅକ୍ରମଣ କରାଯାଇଛି। ଅଧିକ ପଢ଼ନ୍ତୁ...

ରାକେଶ ଟିକାୟତଙ୍କ କର୍ମୀଙ୍କୁ ଆକ୍ରମଣ, ସାଥିରେ ଥିଲେ ନିର୍ମାଣ କୃଷକ ସଂଗଠନର ଅକ୍ଷୟ କୁମାର
ରାକେଶ ଟିକାୟତଙ୍କ କର୍ମୀଙ୍କୁ ଆକ୍ରମଣ, ସାଥିରେ ଥିଲେ ନିର୍ମାଣ କୃଷକ ସଂଗଠନର ଅକ୍ଷୟ କୁମାର

By

Published : Mar 19, 2021, 10:03 PM IST

କଟକ: ସିଲଭର ସିଟିରେ ରାକେଶ ଟିକାୟତଙ୍କୁ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। କେବଳ ବିରୋଧ ନୁହେଁ ରାକେଶ ଟିକାୟତଙ୍କ କର୍ମୀଙ୍କୁ ମଧ୍ୟ ଅକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶିଖରପୁର ଗୁରୁଦ୍ବାର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ରାକେଶ ଟିକାୟତଙ୍କ କର୍ମୀଙ୍କୁ ଆକ୍ରମଣ, ସାଥିରେ ଥିଲେ ନିର୍ମାଣ କୃଷକ ସଂଗଠନର ଅକ୍ଷୟ କୁମାର

ଚଣ୍ଡିଖୋଲ କୃଷକ ମହାପଞ୍ଚାୟତରୁ ଫେରି କଟକରେ ପହଞ୍ଚିଥିଲା। ତେବେ ଗୁରୁଦ୍ବାର ସମ୍ମୁଖରେ ରାକେଶ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଥିଲା ଦେବ ସେନା। ଫଳରେ ଗୁରୁଦ୍ବାର ସମ୍ମୁଖରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା।

କୃଷକ ନେତା ଗୁରୁଦ୍ବାରରୁ ଫେରିବା ବେଳେ ଦେବ ସେନା କର୍ମୀ ବିରୋଧ କରିଥିଲେ। ଟିକାୟତଙ୍କ ପୋଷ୍ଟର ଚିରି ଦେଇଥିଲେ ଦେବସେନା କର୍ମୀ। ଯାହାକୁ ନେଇ ପ୍ରଥମେ ରାକେଶ ଟିକାୟତଙ୍କ କର୍ମୀ ଓ ଦେବସେନା କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ହାତାହାତୀ ଆରମ୍ଭ ହୋଇଯାଇଥିଲା। ଘଟଣା ସ୍ଥଳରେ ମାଲଗୋଦାମ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ଜଣାପଡିଛି।

ସେପଟେ ଏହି ଆକ୍ରମଣକୁ ନିନ୍ଦା କରିଛି ନବ ନିର୍ମାଣ କୃଷକ ସଂଗଠନ। ରାକେଶ ଟିକାୟତଙ୍କ ଗାଡ଼ିକୁ ପଥର ମାଡ଼ ହୋଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ଅଧ୍ୟକ୍ଷ ଅକ୍ଷୟ କୁମାର। ପଥର ମାଡ଼ରେ ରାକେଶ ଟିକାୟତଙ୍କ ଗାଡ଼ି କାଚ ଭାଙ୍ଗିଥିବା ମଧ୍ୟ ଅଭିଯୋଗ ହୋଇଛି। ଗାଡ଼ିରେ ରାକେଶ ଟିକାୟତଙ୍କ ସହ ନବ ନିର୍ମାଣ କୃଷକ ସଂଗଠନର ଅଧ୍ୟକ୍ଷ ଅକ୍ଷୟ କୁମାର ରହିଥିବା ସୂଚନା ମଳିଛି।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details