ଓଡିଶା

odisha

ETV Bharat / city

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପଶିଲା ପାଣି, ରୋଗୀ ହନ୍ତସନ୍ତ

କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପଶିଲା ବର୍ଷା ଜଳ । ବଢିଲା ରୋଗୀଙ୍କ ସମସ୍ୟା । ଅଧିକ ପଢନ୍ତୁ...

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପଶିଲା ପାଣି, ରୋଗୀ ହନ୍ତସନ୍ତ
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପଶିଲା ପାଣି, ରୋଗୀ ହନ୍ତସନ୍ତ

By

Published : Sep 13, 2021, 7:10 PM IST

କଟକ: ଜାରି ରହିଥିବା ଲଗାଣ ବର୍ଷାରେ ରାଜ୍ୟ ତଥା ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି କଟକ ଓ ଭୁବନେଶ୍ବରରେ ସ୍ଥିତି ଏବେ ମଧ୍ୟ ସଙ୍ଗୀନ ରହିଛି । କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ବର୍ଷାପାଣି ପଶିଛି । ଫଳରେ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି ।

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ପଶିଲା ପାଣି, ରୋଗୀ ହନ୍ତସନ୍ତ

ରୋଗୀମାନେ ହସ୍ପିଟାଲ ପରିସରରେ ବାରଣ୍ଡାରେ ଆଶ୍ରୟ ନେଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେହିପରି ହସ୍ପିଟାଲ ଭିତରେ ମଧ୍ୟ ଏକାଧିକ ଓ୍ବାର୍ଡରେ ପାଣି ପଶିଛି । ହସ୍ପିଟାଲ ପରସରରେ ଅପେକ୍ଷାରତ ଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି । ତେବେ ଜଳ ନିଷ୍କାସନ ପାଇଁ ପ୍ରୟାସ ଜାରି ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details