ଓଡିଶା

odisha

ETV Bharat / city

ତଣ୍ଡ ଗଣିବୁ ପଛେ ରାସ୍ତାରେ ବୁଲିବୁ

ରାସ୍ତା ଉପରେ ବଢ ଚାଲିଛି ଅମାନିଆଙ୍କ ରାଜ । ତଣ୍ଡ ଗଣି ଗଣି ନାକେଦମ ହେଲାଣି ପୋଲିସ । ହେଲେ ଅମାନିଆ ବାବୁମାନେ ଜିଦିରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ ଚକ୍କର କାଟିବୁ ।

By

Published : May 31, 2020, 1:03 AM IST

rule breakers increasing number in cuttack, cuttack latest news, restriction rule violation in cuttack, fine to rule breakers in cuttack, cuttack police and rule breakers clash, କଟକରେ ଅମାନିଆର ରାଜ, ତଣ୍ଡ ଗଣୁଛନ୍ତି ନିୟମ ଅମାନ୍ୟକାରୀ, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ପୋଲିସ ଓ ଅମାନିଆଙ୍କ ଟଣା ଓଟରା, କଟକରେ କଟକଣା ନିୟମ ଉଲଙ୍ଘନ
ତଣ୍ଡ ଗଣିବୁ ପଛେ ରାସ୍ତାରେ ବୁଲିବୁ

କଟକ: ରାସ୍ତା ଉପରେ ବଢ ଚାଲିଛି ଅମାନିଆଙ୍କ ରାଜ । ତଣ୍ଡ ଗଣି ଗଣି ନାକେଦମ ହେଲାଣି ପୋଲିସ । ହେଲେ ଅମାନିଆ ବାବୁମାନେ ଜିଦିରେ ଅଟଳ । ଫାଇନ ଦେବୁ ପଛେ ରାସ୍ତାରେ ଚକ୍କର କାଟିବୁ । ଶନିବାର କଟକର ବିଭିନ୍ନ ଚେକିଂ ଓ ବ୍ଳକିଂ ସ୍ଥାନରେ ଶତାଧିକ ଗାଡି ଚାଳକ ତଣ୍ଡ ଗଣିଥିବା ଜଣା ପଡିଛି ।

ଗୋଟିଏ ପଟେ ସାମଜିକ ଦୂରତ୍ବକୁ ଆଖି ଠାର ତ ଅନ୍ୟପଟେ ମାସ୍କ ନପିନ୍ଧି ବଜାରରେ ପ୍ରବେଶ । ଶନିବାର ମୋଟ 279 ଜଣ ମାସ୍କ ନପିନ୍ଧି ତଣ୍ଡ ଗଣିଥିବା ଜଣା ପଡିଛି । ସେହିପରି ସାମଜିକ ଦୂରତ୍ବ କଟକଣାକୁ ଉଲଙ୍ଘନ କରି 249 ଜଣ ଗଣିଛନ୍ତି ମୋଟା ଅଙ୍କର ତଣ୍ଡ । ତେବେ ଲକଡାଉନ କଟକଣା ସମାନ୍ୟ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି । ଯାହାର ଫାଇଦା ନେଉଛନ୍ତି ଅଭ୍ୟାସଗତ ଅମାନିଆ ।

ତେବେ ଦିନରେ କୋହଳ ପରେ ଯେଉଁ ଚିତ୍ର ରାତିରେ ଜାରି ହେଉଥିବା କର୍ଫ୍ୟୁରେ ମଧ୍ୟ ଧିରେ ଧିରେ ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଯାହା ପୋଲିସ ପାଇଁ ଏବେ ମୁଣ୍ଡବ୍ୟଥାର ମୁଖ୍ୟ କାରଣ ପାଲଟିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details