ଓଡିଶା

odisha

ETV Bharat / city

ଆସୁଛନ୍ତି ମା’, ନନ୍ଦୋତ୍ସବରେ ନଈପଠାରୁ ଆସିଲା ଆନୁକୂଳ ମାଟି

ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ସିଲଭର ସିଟି । ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ଲାଗି କାଠଯୋଡି ଓ ମହାନଦୀରୁ ଆସିଲା ମାଟି । ବିଧି ଓ ପୂଜାର୍ଚ୍ଚନା ପରେ ନଦୀ ଗର୍ଭରୁ ମାଟି ସଂଗ୍ରହ ହୋଇଛି ।

By

Published : Aug 24, 2019, 11:44 PM IST

ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

କଟକ: ନନ୍ଦୋତ୍ସବଠାରୁ କଟକ ସହରରେ ପ୍ରବେଶ କରିଛି ପାର୍ବଣ ଋତୁ । କାରଣ ନନ୍ଦୋତ୍ସବଠାରୁ ହିଁ ମା’ଙ୍କ ମୃଣ୍ମୟୀ ମୂର୍ତି ତିଆରି ପାଇଁ ସଂଗୃହିତ ହୋଇଥାଏ । ଏହି କ୍ରମରେ ଶନିବାର ସକାଳୁ ସକାଳୁ କଟକ ସହରର ପୂଜା ମଣ୍ଡପର କର୍ମକର୍ତ୍ତା ସଂକୀର୍ତ୍ତନ କରି ମଣ୍ଡପରୁ ବାହାରି ଥିଲେ । ଏହାପରେ କାଠଯୋଡି ଓ ମହାନଦୀରେ ବିଭିନ୍ନ ଘାଟରେ ଯଥା ବିଧି, ପୂଜାର୍ଚ୍ଚନା ପରେ ନଦୀ ଗର୍ଭରୁ ମାଟି ସଂଗ୍ରହ ହୋଇଥିଲା । ଏହି ମାଟି ମଣ୍ଡପରେ ପହଞ୍ଚିବା ପରେ ଆରମ୍ଭ ହେବ ମା’ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କାର୍ଯ୍ୟ ।

ଦୁର୍ଗା ପୂଜା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଏହି ମୃତ୍ତିକା ସଂଗ୍ରହ ପରେ ଆଜି (ଶନିବାର) କଟକ ସହରରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପୂଜାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି ।

ତେବେ ଏଥର ଲାଇଟ୍ ଓ ସାଜସଜ୍ଜା ଉପରେ ବିଶେଷ ଗୁରୁତ୍ବ ଦିଆଯିବା ସହ ତାମିଲନାଡୁ ସ୍ବାମୀ ରଙ୍ଗ ନାଥମ ମନ୍ଦିର ଆକୃତିର ଏକ ତୋରଣ ପ୍ରସ୍ତୁତ କରାଯିବ ବୋଲି ଖାନ୍‌ ନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଡପର ସମ୍ପାଦକ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଚଳିତବର୍ଷ ଦଶହରା ଅକ୍ଟୋବର ମାସ 8 ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ 9 ତାରିଖରେ ହେବ ମା'ଙ୍କ ଭଷାଣି ଉତ୍ସବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details