ଓଡିଶା

odisha

By

Published : Oct 21, 2020, 10:23 AM IST

ETV Bharat / city

ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ ପାଳିତ

୬୧ତମ ରାଜ୍ୟ ସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ । ପୋଲିସ ମୁଖ୍ୟାଳୟରେ ପାଳନ ହେଲା ଦିବସ । ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୋଲିସ ଡିଜି। ଅଧିକ ପଢନ୍ତୁ...

police shahid diwas celebrated at cuttack police headquarter
ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ ପାଳିତ

କଟକ : ୬୧ ତମ ରାଜ୍ୟ ସ୍ତରୀୟ ପୋଲିସ ଶହୀଦ ଦିବସ ପୋଲିସ ମୁଖ୍ୟାଳୟ ପରିସରରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ଆରକ୍ଷୀ ବିଭାଗରେ ଶହୀଦ ହୋଇଥିବା ଯବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ଶହୀଦ ଯବାନଙ୍କ ପରିବାର ପ୍ରତି ମଧ୍ୟ ସମବେଦନା ଜଣାଇ ଥିଲେ ଅଭୟ । ବୀର ଶହୀଦମାନଙ୍କ ପାଇଁ ଦୁଇ ମିନିଟ ନିରବ ପାର୍ଥନା କରାଯିବା ସହ ଆରକ୍ଷୀ ବାହୀନ ତରଫରୁ ଶୋକଶାସ୍ତ୍ର ଓ ସଲାମିଶାସ୍ତ୍ର ପ୍ରଦର୍ଶନ କରାଯାଇଥିଲା ।

ପୋଲିସ ମୁଖ୍ୟାଳୟରେ ପୋଲିସ ଶହୀଦ ଦିବସ ପାଳିତ

୧୯୫୯ ମସିହା ଆଜିର ଦିନରେ ଚୀନ ସୈନିକଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ କର୍ତ୍ତବ୍ୟରତ ୧୦ ଜଣ ଭାରତୀୟ ସିଆରପିଏଫ ଯବାନ ପ୍ରାଣବଳି ଦେଇଥିଲେ। ସେମାନଙ୍କ ସ୍ମୃତିରେ ସାରା ଭାରତବର୍ଷରେ ପ୍ରତିବର୍ଷ ଅକ୍ଟୋବର ୨୧କୁ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଆସୁଛି । ୧୯୬୦ ମସିହାରୁ ଏଯାବତ ଦେଶର ବିଭିନ୍ନ ଆରକ୍ଷୀ ବିଭାଗରେ ପ୍ରାୟ ୩୫ ହଜାରରୁ ଅଧିକ ଆରକ୍ଷୀ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ସେହିପରି କୋରୋନା ସହ ଯୁଦ୍ଧ କରି ରାଜ୍ୟରେ ୪୧ ଜଣ ପୋଲିସ କର୍ମଚାରୀ ପ୍ରାଣବଳି ଦେଇଥିବା ଡିଜି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details