ଓଡିଶା

odisha

ମୁଣ୍ଡୁଳି ଡ଼ଙ୍ଗାବୁଡି ଘଟଣା, ପୋଲିସର ଅନୁପସ୍ଥିତିକୁ ଖଣ୍ଡନ କଲେ କମିଶନର

By

Published : Sep 30, 2021, 6:58 PM IST

କଟକ ମୁଣ୍ଡୁଳି ଡଙ୍ଗା ବୁଡି ଘଟଣା । ପୋଲିସର ଅନୁପସ୍ଥିତିକୁ ଖଣ୍ଡନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ...

ମୁଣ୍ଡୁଳି ଡ଼ଙ୍ଗାବୁଡି ଘଟଣା, ପୋଲିସର ଅନୁପସ୍ଥିତିକୁ ଖଣ୍ଡନ କଲେ କମିଶନର
ମୁଣ୍ଡୁଳି ଡ଼ଙ୍ଗାବୁଡି ଘଟଣା, ପୋଲିସର ଅନୁପସ୍ଥିତିକୁ ଖଣ୍ଡନ କଲେ କମିଶନର

କଟକ: ମୁଣ୍ଡୁଳି ଡ଼ଙ୍ଗା ବୁଡି ଘଟଣା । ପୋଲିସର ଅନୁପସ୍ଥିତି ପ୍ରସଙ୍ଗକୁ ଏଡାଇଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଡ଼ଙ୍ଗା ବୁଡି ଘଟଣା ସମୟରେ ଉଭୟ ଗ୍ରାମାଞ୍ଚଳ ପୋଲିସ ଓ କମିଶନରେଟ ଉପସ୍ଥିତ ରହି ଭିଡ଼ ହଟାଇଥିଲେ ବୋଲି କମିଶନର କହିଛନ୍ତି ।

ମୁଣ୍ଡୁଳି ଡ଼ଙ୍ଗାବୁଡି ଘଟଣା, ପୋଲିସର ଅନୁପସ୍ଥିତିକୁ ଖଣ୍ଡନ କଲେ କମିଶନର

ଏହି ଘଟଣାରେ କିଛି ଉଡା କଥା ବାସ୍ତବ ନୁହେଁ । ପୋଲିସ ସେହି ଅଘଟଣ ଦିନ ମୁତୟନ ରହି ସବୁ ଦିଗକୁ ନିୟନ୍ତ୍ରଣ କରିଥିଲା । ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଭିଡ଼ ଜମାଇଥିବା ଲୋକଙ୍କୁ ହଟାଇଥିଲେ । ତେବେ ସୂଚନା ଥାଉ କି ଗତ ୨୪ ତାରିଖରେ ମୁଣ୍ଡୁଳି ବ୍ୟାରେଜ ନିକଟ ମହାନଦୀରେ ଗୋଟିଏ ଦନ୍ତାହାତୀ ଫସି ରହିଥିବାବେଳେ ହାତୀ ଘଉଡାଇବା ପାଇଁ ଯାଇଥିଲେ ଓଡ୍ରାଫ ଟିମ । ରେସ୍କ୍ୟୁ ବୋଟରେ 5 ଓଡ୍ରାଫ ସଦସ୍ୟଙ୍କ ସମେତ ୨ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ରହିଥିଲେ ।

ତେବେ ପ୍ରଖରସ୍ରୋତରେ ବୋଟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସାମ୍ବାଦିକ ଅରିନ୍ଦମ ଦାସ ଓ ଜଣେ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ପାଣିରେ ଭାସିଯାଇ ଅକାଳ ମୃତ୍ୟୁ ଘଟିଥିଲା। ଏଥିସହ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details