ଓଡିଶା

odisha

By

Published : Oct 1, 2021, 8:48 PM IST

ETV Bharat / city

କୁଖ୍ୟାତ ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, ଏକାକୀ ଦେଖି କରୁଥିଲେ ଟାର୍ଗେଟ

ଏକ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା କଟକ ସଦର ପୋଲିସ । ଅଭିଯୁକ୍ତଙ୍କ ଠାରୁ ସୁନା ଚେନ ସହ 65 ହଜାର ଟଙ୍କା, ମୋବାଇଲ ଫୋନ ଓ ଗାଡି ଜବତ କଲା ପୋଲିସ । ଅଧିକ ପଢନ୍ତୁ...

କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ପର୍ଦ୍ଦାଫାଶ, ୨ ଗିରଫ
କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ପର୍ଦ୍ଦାଫାଶ, ୨ ଗିରଫ

କଟକ:କଟକ ସଦର ଅଞ୍ଚଳରୁ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସହର ଥାନା ଅଞ୍ଚଳରେ । ଜାତୀୟ ରାଜପଥରେ ଏକାକୀ ପାଇଲେ ଲୋକଙ୍କୁ ଭୟଭୀତ କରାଇ ସୁନା ଗହଣା, ଟଙ୍କା ଆଦି ଲୁଟ ଭଳି ଅପରାଧ ଘଟାଉଥିଲେ ଏହି ଯୁବକ । ଏହି ୨ ଅଭିଯୁକ୍ତ ମାନେ ହେଉଛନ୍ତି ବିଟୁ ଓ ସାଥି ପ୍ରଶାନ୍ତ ବେହେରା ।

ସୂଚନାନୁସାରେ ଗତ ଅଗଷ୍ଟ ମାସରେ ଜରିପଡା ଅଞ୍ଚଳରୁ ଶାନ୍ତିଲତା ସାହୁ ନାମ ମହିଳା ପରିବା କିଣି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ବୁଟୁ ଓ ତାର ସାଥି ପ୍ରଶାନ୍ତ ଏକ ବାଇକରେ ଆସି ଶାନ୍ତିଲତାଙ୍କ ଠାରୁ ସୁନା ଚେନ ଓ ଟଙ୍କା ଲୁଟି ନେଇଥିଲେ । ଯାହା ଫଳରେ ସ୍ଥାନୀୟ ସଦର ଥାନାରେ ଏନେଇ ଅଭିଯୋଗ କରିଥିଲେ ଶାନ୍ତିଲତା ।

ତେବେ ଦୀର୍ଘଦିନ ଧରି ଲୁଟ୍ କରିବା ପରେ ଆଜି (ଶୁକ୍ରବାର) ସଦର ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ସୁନା ଚେନ, 65 ହଜାର ଟଙ୍କା, ମୋବାଇଲ ଫୋନ ଓ ଗାଡି ଜବତ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details