କଟକ: ଜଗତପୁର ଥାନା ଅନ୍ତର୍ଗତ ସତ୍ୟଭାମାପୁରରେ ବ୍ୟାଙ୍କ ଡକାୟତି ଘଟଣା । ଏ ମାମଲାରେ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଗତପୁର ଥାନା ପୋଲିସ। ଏକ ଖେଳଣା ବନ୍ଧୁକ, ଦୁଇଟି ଗାଡି, ଏକ ମାରଣାସ୍ତ୍ର ଓ 5ଟି ଦାମି ମୋବାଇଲ, ଅଫୁଟା ଗୁଳି ସହ ୧ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ଏହା ସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି କମିଶନରେଟ ପୋଲିସ ।
ସୂଚନା ଅନୁସାରେ, ଅକ୍ଟୋବର 4ରେ ଜଗତପୁର ଅଞ୍ଚଳର ଏକ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ 1 ଲକ୍ଷ ଅଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ପରେ ବ୍ୟାଙ୍କ କର୍ମଚାରୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ମାମଲା ଦାଏର କରିବା ପରେ ତଦନ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ ।