ଓଡିଶା

odisha

ETV Bharat / city

ବାଲିଯାତ୍ରା ପ୍ଲଟ ପଞ୍ଜିକରଣ ଶେଷ ,ବୁଧବାର ଠାରୁ ନିଲାମ ପ୍ରକ୍ରିୟା - ନିଲାମ ପ୍ରକ୍ରିୟା

ବାଲିଯାତ୍ରା ପାଇଁ ଶେଷ ହେଲା ପ୍ଲଟ ପଞ୍ଜିକରଣ, ଆସନ୍ତାକାଲି(ବୁଧବାର) ଠୁ ପ୍ଲଟ କିଣିବା ନେଇ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ଅଧିକ ପଢନ୍ତୁ

ବାଲିଯାତ୍ରା ପ୍ଲଟ ପଞ୍ଜିକରଣ ଶେଷ
ବାଲିଯାତ୍ରା ପ୍ଲଟ ପଞ୍ଜିକରଣ ଶେଷ

By

Published : Oct 18, 2022, 8:01 PM IST

କଟକ: ଦୀର୍ଘ ଦୁଇ ବର୍ଷ ପରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ଏନେଇ କିଛି ଦିନ ପୂର୍ବେ ଆରମ୍ଭ ହୋଇଥିଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଞ୍ଜିକରଣ ପ୍ରକ୍ରିୟା । ଆଜି(ମଙ୍ଗଳବାର) ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ଆସନ୍ତାକାଲି(ବୁଧବାର) ଠୁ ପ୍ଲଟ କିଣିବା ନେଇ ଆରମ୍ଭ ହେବ ନିଲାମ ପ୍ରକ୍ରିୟା । ଏଯାବତ ପ୍ଲଟ ଆବଣ୍ଟନ ପଞ୍ଜିକରଣ ଦିଗ ବେଶ ସନ୍ତୋଷଜନକ ରହିଥିବା କହିଛନ୍ତି ଜିଲ୍ଲାପାଳ । ବାଲିଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ପ୍ଲଟିଂ ବ୍ୟବସ୍ଥାକୁ ବେଶ୍‌ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ ।

ବାଲିଯାତ୍ରା ପ୍ଲଟ ପଞ୍ଜିକରଣ ଶେଷ

''ତେବେ କ୍ଷୁଦ୍ର ଓ ବଡ଼ ବ୍ୟବସାୟୀ ମାନଙ୍କ ମଧ୍ୟରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଥିବା ବେଳେ ଏହା ସମ୍ପର୍ଣ୍ଣ ଭିତ୍ତିହିନ ବୋଲି କହିଛନ୍ତି ଜିଲ୍ଲାପାଳ । ୨୦୧୯ ରେ ପ୍ଲଟ ବର୍ଗଫୁଟ ଅନୁସାରେ ଯେଉଁ ମୂଲ୍ୟ ଧାର୍ଯ୍ୟ କରଯାଇଥିଲା ତାହା ୨୦୨୨ରେ ସାମାନ୍ୟ ବୃଦ୍ଧି ପାଇବା ସ୍ବଭାବିକ । କାରଣ ଏହା ଭିତରେ GST ମଧ୍ୟ ରହୁଛି । କିନ୍ତୁ ବ୍ୟବସାୟୀ ମାନଙ୍କ ମଧ୍ୟରେ କୌଣସି ପାତର ଅନ୍ତର କରାଯାଉନାହିଁ । ''

''ଏଯାବତ ହଜାରରୁ ଉର୍ଦ୍ଧ୍ବ ବ୍ୟବସାୟୀ ପଞ୍ଜିକୃତ ହୋଇଥିବା ବେଳେ ଆଜି ପ୍ଲଟ ପଞ୍ଜିକରଣର ଶେଷ ତାରିଖ ରହିଥିଲା । ଆସନ୍ତାକାଲି ଠୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । କୌଣସି ଦାମ ବୃଦ୍ଧି ହୋଇନାହିଁ । ସବୁ ଦିଗରେ ପ୍ଲଟ ଆବଣ୍ଟନ ଦିଗ ଭଲ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।''

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରା ପ୍ରସ୍ତୁତି: ଟ୍ରାଫିକ, ପାର୍କିଂ ଓ ପରିମଳ ସ୍ୱାସ୍ଥ୍ୟସେବା ଉପରେ ସିଏସଙ୍କ ଗୁରୁତ୍ଵ

ଅକ୍ଟୋବର ୮ ତାରିଖରୁ ଆରମ୍ଭ ହୋଇଯାଇଥିଲା ପଞ୍ଜିକରଣ ପ୍ରକ୍ରିୟା । ରେଜିଷ୍ଟ୍ରସନ ପାଇଁ ୫ ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ ୩ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଥିଲା । କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଚଳିତ ବର୍ଷ ପ୍ଲଟର ଦର ବୃଦ୍ଧି ପାଇଛି । ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ବୃଦ୍ଧି ପାଇଛି । ୨୦୧୯ ବାଲିଯାତ୍ରା ସମୟରେ ରିଜେଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ ରହିଥିଲେ କ୍ଷୁଦ୍ର ବ୍ୟବସାୟୀ ।

ବାଲିଯାତ୍ରାରେ ସବୁ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦେବା, ବଡ଼ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସମାନ ନିୟମ କରିବା ସହ ପ୍ଲଟ ବିକ୍ରିରେ ପାରଦର୍ଶିତା ଆଣିବା ପାଇଁ ନିଲାମ ପ୍ରକ୍ରିୟା କରାଯାଇଥିବା କହିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

ଇଟିଭି ଭାରତ,କଟକ

ABOUT THE AUTHOR

...view details