କଟକ:ପିପିଲି ଉପନିର୍ବାଚନକୁ ନେଇ ହାଇକୋର୍ଟରେ ଦାୟର ମାମଲାରେ ଅଦାଲତ ଶୁଣାଣି କରି ମାମଲାର ଅନ୍ତ ଘଟାଇଛନ୍ତି । ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ଏହି ବିଜ୍ଞପ୍ତିକୁ ବିଚାରକୁ ନେଇ ଖଣ୍ଡପୀଠ ଜନସ୍ବାର୍ଥୀ ମାମଲାକୁ ଖାରଜ କରିଦେଇଛନ୍ତି ।
ସୂଚନାଯୋଗ୍ୟ, ସମରେନ୍ଦ୍ର ବେଉରାଙ୍କ ପକ୍ଷରୁ ଏକ ଆବେଦନ ଦାୟର କରାଯାଇଥିଲା । ଯେଉଁଥିରେ ସେ ପିପିଲି ବିଧାନସଭା ଆସନ ବହୁ ଦିନ ହେବ ଖାଲି ପଡିଥିଲେ ମଧ୍ୟ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଉ ନାହିଁ କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ । 2020 ଅକ୍ଟୋବର 4ରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡିଛି । ଜନ ପ୍ରତିନିଧି ଆଇନ ଅନୁସାରେ କୌଣସି କାରଣରୁ ଆସନ ଖାଲି ପଡିଲେ ୬ ମାସ ଭିତରେ ଉପନିର୍ବାଚନ କରାଇବା କଥା ।