କଟକ:ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଘଟଣାର ସିବିଆଇ ତଦନ୍ତ ସହ ତଦନ୍ତ କରୁଥିବା ଦୁଇ ପୋଲିସ ଅଧିକାରୀଙ୍କ ପାଲିଗ୍ରାଫ ଟେଷ୍ଟ ଦାବିରେ ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ବାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା।
ଗାଙ୍ଗପୁର ଥାନା IIC ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ
CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା
ହାଇକୋର୍ଟରେ ଦାୟର ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହସଚିବ, କେନ୍ଦ୍ର ସରକାର, ରାଜ୍ୟ ପୋଲିସ ମହାନିର୍ଦେଶକ, ଗଞ୍ଜାମ ଏସପି, ଭଞ୍ଜନଗର ସିଡିପିଓ ଓ ଭଞ୍ଜନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି l
କଟକରୁ ନାରାୟଣ ସାହୁ, ଇଟିଭି ଭାରତ