କଟକ:ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି (ଜାନୁଆରୀ ୧୩) ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଥିବା ନେଇ ହାଇକୋର୍ଟ ରେଜିଷ୍ଟ୍ରରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ହାଇକୋର୍ଟରେ କାର୍ଯ୍ୟରତ ଅନେକ କର୍ମଚାରୀ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କୋର୍ଟ ଏବଂ ଏହାର କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ 18 ତାରିଖ ଠାରୁ କୋର୍ଟ କାର୍ଯ୍ୟ ପୁନଃ ସ୍ବାଭାବିକ ହେବ । ୧୩ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଖଣ୍ଡପୀଠ ଗୁଡିକରେ ମାମଲା ଗୁଡିକର ଶୁଣାଣି ନେଇ ପ୍ରକାଶିତ ତାଲିକାକୁ ବାତିଲ କରାଯିବା ସହ ଏହି ମାମଲା ଗୁଡିକ ଫେବୃଆରୀ ୭ ତାରିଖରୁ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ।