ଓଡିଶା

odisha

ଓଡିଶାରେ ବାହାର ରାଜ୍ୟର ଡାକ୍ତରଙ୍କ ନିଯୁକ୍ତିକୁ ବିରୋଧ

By

Published : Mar 3, 2021, 2:12 PM IST

ଓଡିଶାରେ ଡାକ୍ତର ଥାଉ ଥାଉ ବାହାରୁ ଡାକ୍ତର ଆଣି ନିଯୁକ୍ତି ଦେବା କେତେ ଦୂର ଯୁକ୍ତିଯୁକ୍ତି ବୋଲି ପ୍ରଶ୍ନ କରିଛି ଜୁନିୟର ଡାକ୍ତର ସଂଘ । ଅଧିକ ପଢନ୍ତୁ...

ଓଡିଶାରେ ବାହାର ରାଜ୍ୟର ଡାକ୍ତରଙ୍କ ନିଯୁକ୍ତିକୁ ବିରୋଧ
ଓଡିଶାରେ ବାହାର ରାଜ୍ୟର ଡାକ୍ତରଙ୍କ ନିଯୁକ୍ତିକୁ ବିରୋଧ

କଟକ:ଓଡିଶାରେ ବାହାର ରାଜ୍ୟର ଡାକ୍ତରଙ୍କ ନିଯୁକ୍ତିକୁ ବିରୋଧ । ଓଡିଶାରେ ଡାକ୍ତର ଥାଉ ଥାଉ ବାହାରୁ ଡାକ୍ତର ଆଣି ନିଯୁକ୍ତି ଦେବା କେତେ ଦୂର ଯୁକ୍ତିଯୁକ୍ତି ବୋଲି ପ୍ରଶ୍ନ କରିଛି ଜୁନିୟର ଡାକ୍ତର ସଂଘ ।

ଓଡିଶାରେ ବାହାର ରାଜ୍ୟର ଡାକ୍ତରଙ୍କ ନିଯୁକ୍ତିକୁ ବିରୋଧ

ସଂଘରୁ କହିବା ଅନୁସାରେ ରଜ୍ୟ ସରକାର ବର୍ତ୍ତମାନ ଯେଉଁ ଡାକ୍ତର ନିଯୁକ୍ତି ସମ୍ବନ୍ଧୀୟ ନୂଆ ବିଲ ଆଣିବାକୁ ଯାଉଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଓଡିଆଙ୍କ ହିତରେ ନୁହେଁ । ଓଡିଶାରେ ଅନେକ କୃତି ଡାକ୍ତର ଛାତ୍ରଛାତ୍ରୀ ରହିଛନ୍ତି । ରାଜ୍ୟ ସରକାର ସେମାନଙ୍କ କଥା ଭାବିବା ଦରକାର ।

ସରକାର ସେମାନଙ୍କ କଥା ନ ଭାବି ବାହାରୁ ଡାକ୍ତର ଆଣି ନିଯୁକ୍ତି ଦେଉଛନ୍ତି । ସରକାରଙ୍କ ଏପରି ନୀତି ରାଜ୍ୟ ତଥା ଓଡ଼ିଆ ଡାକ୍ତରମାନଙ୍କ ସହ ମନମୁଖୀ ବ୍ୟବହାର ବୋଲି କହିଛନ୍ତି ଜୁନିୟର ଡାକ୍ତର ସଂଘ । ଏହି ଦିଗରେ ଯଦି ସରକାର ଯଦି ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ମୁଣ୍ଡ ଟେକିବା ନିଶ୍ଚୟ ବୋଲି ସ୍ପଷ୍ଟ କରିଛି ସଂଘ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details