ଓଡିଶା

odisha

ETV Bharat / city

ଟୋକିଓ ଅଲମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ, ୨ ଓଡିଆଙ୍କୁ ପୁରସ୍କାର ଦେବ OOA - ଓଡିଶା ଅଲମ୍ପିକ ସଙ୍ଘ

ଅଲମ୍ପିକ୍ସରେ ଭାରତ ସଫଳତାରେ ଦୁଇ ଓଡିଆ( ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା)ଙ୍କୁ ଲକ୍ଷେଟଙ୍କା ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଓଡିଶା ଅଲମ୍ପିକ ସଙ୍ଘ । ଅଧିକ ପଢନ୍ତୁ...

ଦୁଇ ଓଡିଆ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା କଲା OAA
ଦୁଇ ଓଡିଆ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା କଲା OAA

By

Published : Aug 5, 2021, 1:41 PM IST

କଟକ:ଆଜି ବ୍ରୋଞ୍ଜ ପାଇଁ ଜର୍ମାନୀ ବିପକ୍ଷରେ ଆରମ୍ଭ ହୋଇଥିବା ଲଢେଇରେ ୫-୪ରେ ଐତିହାସିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦେଶବାସୀଙ୍କୁ ଏହି ବିଜୟ ସ୍ବାଦ ଦେବାରେ ଦୁଇ ଜଣ ଓଡିଆ ବି ସାମିଲ ଅଛନ୍ତି । ଏ ନେଇ ଖୁସି ଜାହିର କରିଛି ଓଡିଶା ଅଲମ୍ପିକ ସଙ୍ଘ । ସଫଳତା ପାଇଁ ଦୁଇ ଓଡିଆ ଖେଳାଳି ଅମିତ ରୋହି ଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ଓଓଏ ।

ଦୁଇ ଓଡିଆ ଖେଳାଳିଙ୍କୁ ପୁରସ୍କାର ରାଶି ଘୋଷଣା କଲା OAA

ଅଲମ୍ପିକ୍ସରେ ଭାରତ ସେମିଫାଇନାକୁ ପ୍ରବେଶ କରି ବେଲଜିୟମଠୁ ହାରିଥିଲା ସତ ହେଲେ ବ୍ରୋଞ୍ଚ ପାଇଁ ଲଢେଇରେ ବାଜି ଜିତିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍ସରେ ପଦକ ହାସଲ କହିଛି ହକି ଟିମ । ଭାରତର ଏ ବିଜୟ ସାମିଲ ଥିଲେ ଦୁଇ ଓଡିଆ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଭାରତୀୟ ଅଲମ୍ପିକ ପୁରୁଷ ଦଳର ଉପ ଅଧିନାୟକ ଥିଲେ ଷ୍ଟାର ଅଭିଜ୍ଞ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା । ଅନ୍ୟ ଜଣେ ଡିଫେଣ୍ଡର ଭାବେ ରହିଥିଲେ ଅମିତ ରୋହିଦାସ ।

ଅଲମ୍ପିକରେ ଖେଳିବାକ ସ୍ବପ୍ନ ଦେଖିଥିଲେ ଦୁଇ ଖେଳାଳି । ଖେଳିବା ସହିତ ଦେଶକୁ ବିଜୟର ସ୍ବାଦ ଦେବାରେ ନିଜକୁ ସାମିଲ କରିଛନ୍ତି ଏହି ଦୁଇ ଖେଳାଳି । ସେମାନଙ୍କ ଏହି ପ୍ରଦର୍ଶନ ପାଇଁ ଓଡିଶା ଅଲମ୍ପିକ ଆସୋସିଏସନ ପକ୍ଷରୁ ଉଭୟଙ୍କୁ ଲକ୍ଷେ ଲେଖାଏଁ ପୁରସ୍କାର ରାଶି ଦେବାକୁ ଘୋଷଣା ହୋଇଛି । କାଂସ୍ୟ ପଦକ ଜିତି ଭାରତୀୟ ପୁରୁଷ ହକି ଏହି କୀର୍ତ୍ତିମାନ ସ୍ଥାପନ କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details