କଟକ: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା । 9 ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । 7 ଟି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ଓ଼ଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦେଇଛନ୍ତି ।
କଟକ ,ଯାଜପୁର, ଢେଙ୍କାନାଳ , ଖୋର୍ଦ୍ଧା , ନୟାଗଡ଼ ,ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ମୂଲ୍ୟାୟନ କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 3 ଦିନରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ମୋଟ 1500 ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବା ନେଇ ବୋର୍ଡ ପକ୍ଷରୁ ସୂଚନା ଦେଇଛି । ତେବେ ଚଳିତ ମାସ 10 ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ। କୋଭିଡ ପ୍ରୋଟୋକଲ ମଧ୍ୟରେ ଚଳିତମାସ 11 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମୂଲ୍ୟାୟନ ପ୍ରକ୍ରିୟା।