ଓଡିଶା

odisha

ETV Bharat / city

10ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ ମୁକାବିଲା, ଭାଗ ନେଇଛନ୍ତି 120 ପ୍ରତିଯୋଗୀ - 10ବର୍ଷରୁ କମ୍ ରାଜ୍ୟସ୍ତରୀୟ ଚେସ ମୁକାବିଲା ଆରମ୍ଭ

ଆଜିଠୁ (ରବିବାର) ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଓପନ ଓ ବାଳିକା 10 ବର୍ଷରୁ କମ ଚେସ ପ୍ରତିଯୋଗିତା । ଅଧିକ ପଢନ୍ତୁ

10 ବର୍ଷରୁ କମ ରାଜ୍ୟ ସ୍ତରୀୟ ଚେସ ମୁକାବିଲା ଆରମ୍ଭ
10 ବର୍ଷରୁ କମ ରାଜ୍ୟ ସ୍ତରୀୟ ଚେସ ମୁକାବିଲା ଆରମ୍ଭ

By

Published : Apr 17, 2022, 1:30 PM IST

କଟକ: ଆଜିଠୁ (ରବିବାର) ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଓପନ ଓ ବାଳିକା 10 ବର୍ଷରୁ କମ ଚେସ ପ୍ରତିଯୋଗିତା । ଟ୍ରିପଲ ସି ଚେସ କ୍ଳବ ଓ ଏମସିଏଫର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଶୈଳବାଳା କଲେଜ ପରିସରରେ ଆରମ୍ଭ ହୋଇଛି ।

10 ବର୍ଷରୁ କମ ରାଜ୍ୟ ସ୍ତରୀୟ ଚେସ ମୁକାବିଲା ଆରମ୍ଭ

ରାଜ୍ୟର ବିଭିନ୍ନ ଜିଲ୍ଲାରୁ 120ରୁ ଉର୍ଦ୍ଧ୍ବ ପିଲା ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ମୋଟ 2 ଝିଅ ଓ 2 ପୁଅଙ୍କୁ ଭଲ ପ୍ରଦର୍ଶନ ଆଧାରରେ ବଛାଯିବ । ଆଉ ସେମାନେ ହିମାଚଳପ୍ରଦେଶରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । କୋଭିଡ କାରଣରୁ ଏହି ପ୍ରତିଯୋଗିତା ପୂର୍ବରୁ ବନ୍ଦ ରହିଥିଲା । ତେବେ ପୁନଃ ଏହି ମେଗା ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଖୁସି ଜାହିର କରିଛନ୍ତି ଖେଳାଳି ।

କୋରୋନା ପରେ ଅନେକ ଖେଳାଳି ଖେଳ ଛାଡି ଦେଇଥିଲେ । ସେମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେବାକୁ ପୁଣି ଏହାର ଆୟୋଜନ ହୋଇଥିବା କହିଛନ୍ତି ଆୟୋଜକ । ବିଜେତାଙ୍କ ପାଇଁ 20 ହଜାର ଟଙ୍କା ପୁରସ୍କାର ରାଶି ଓ ଓପନ ଓ ବାଳିକା ଚମ୍ପିୟାନଙ୍କ ପାଇଁ ଦୁଇଟି ସାଇକେଲ ପୁରସ୍କାର ସୂରୁପ ରହିଛି । ଓଡିଶା ଇତିହାସରେ ଏହା ପ୍ରଥମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details