ଓଡିଶା

odisha

ETV Bharat / city

ମିଶନ ହାଇଦର: ଇଣ୍ଟରପୋଲ ସହାୟତା ନେଲା ଓଡିଶା ପୋଲିସ, ପ୍ରତିକ୍ରିୟା ରଖିଲେ SCB ଅଧ୍ୟକ୍ଷା

କଟକ ଏସସିବିରୁ ଫେରାର୍ ହୋଇଯିବା ପରେ ହାଇଦର ବାଂଲାଦେଶ, ମିଆଁମାର କିମ୍ବା ଭୁଟାନାକୁ ଯାଇଥାଇପାରେ ବୋଲି ପୋଲିସର ଆଶଙ୍କା । ଏଥିପାଇଁ ଇଣ୍ଟରପୋଲ ସହାୟତା ଲୋଡିଛି ରାଜ୍ୟ ପୋଲିସ । ଅଧିକ ପଢନ୍ତୁ....

ମିଶନ ହାଇଦର: ଇଣ୍ଟରପୋଲର ସହାୟତା ନେଲା ପୋଲିସ
ମିଶନ ହାଇଦର: ଇଣ୍ଟରପୋଲର ସହାୟତା ନେଲା ପୋଲିସ

By

Published : Apr 15, 2021, 5:49 PM IST

Updated : Apr 15, 2021, 7:08 PM IST

କଟକ: ପୁରା ପୋଲିସ ବିଭାଗକୁ ଦୋହଲାଇ ଦେଇଥିବା ଫେରାର ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବାକୁ ଓଡିଶା ପୋଲିସର ନୂଆ ମିଶନ । କଟକ ଏସସିବିରୁ ସିନେମା ଷ୍ଟାଇଲରେ ପୋଲିସକୁ ଚକମା ଦେଇଥିବା ମୋଷ୍ଟ ଓ୍ବାଣ୍ଟେଡ ହାଇଦରକୁ ଧରିବାକୁ ଏବେ ଇଣ୍ଟରପୋଲ ସହାୟତା ଲୋଡିଛି ରାଜ୍ୟ ପୋଲିସ । ତେବେ ଫେରାର ଘଟଣା ପରେ କେନ୍ଦ୍ରିୟ ଏଜେନ୍ସି ସହାୟତା ଲୋଡିଥିଲା ପୋଲିସ । ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

କଟକ ଏସସିବିରୁ ହାଇଦରର ଫେରାର୍ ହୋଇଯିବାକୁ 5 ଦିନ ବିତି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଦେଶ ବାହାରକୁ ହାଇଦର ଚାଲିଯାଇଥିବା ଆଶଙ୍କା କରୁଛି ପୋଲିସ ।

ମିଶନ ହାଇଦର: ଇଣ୍ଟରପୋଲ ସହାୟତା ନେଲା ଓଡିଶା ପୋଲିସ

ବାଂଲାଦେଶ, ମିଆଁମାର କିମ୍ବା ଭୁଟାନାକୁ ହାଇଦର ଯାଇଥାଇ ପାରେ କିମ୍ବା ଯିବାକୁ ଯୋଜନା କରୁଥାଇ ପାରେ ବୋଲି ପୋଲିସ ଆଶଙ୍କା କରୁଛି ।

ଅନ୍ୟପଟେ ଏସସିବି ମେଡ଼ିକାଲରେ ପୋଲିସର ଛାନଭିନ ପରେ ଏସସିବି ଅଧ୍ୟକ୍ଷା ପ୍ରତିକ୍ରିୟାରେ କହିଛନ୍ତି ଯେ, ହାଇଦର ଏସସିବିରେ ଚିକିତ୍ସା ହେଉଥିବା ନେଇ ସେ ଅବଗତ ନଥିଲେ । ପୋଲିସ କ୍ୟାବିନ ଟିକେଟ ଯାଞ୍ଚ କରୁଥିବା ଡାକ୍ତରଙ୍କୁ ପଚରା ଉଚରା କରିବା ସହ ବେଡ ଟିକେଟ ଯାଞ୍ଚ କରିଛି । ହାଇଦରର ସୁରକ୍ଷା ଦାୟିତ୍ବ ପୋଲିସର ଏବଂ ଏନେଇ ସର୍ଜରି ବିଭାଗୀୟ ମୁଖ୍ୟଙ୍କୁ ଜଣାଥିବ ବୋଲି ଏସସିବି ଅଧ୍ୟକ୍ଷା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 15, 2021, 7:08 PM IST

ABOUT THE AUTHOR

...view details