କଟକ: ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍ରେ ପରାଜୟରୁ ଅଳ୍ପେକ ବର୍ତ୍ତିଲା ଓଡ଼ିଶା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ 'ବି' ଗ୍ରାଉଣ୍ଡରେ ଗୋଆ ଓ ଓଡ଼ିଶା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ଡ୍ର' ଭାବରେ ଶେଷ ହୋଇଛି । ଏଲିଟ ଗ୍ରୁପ ଡି'ର ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା । ଶେଷ ଦିନରେ ରାଜେଶ ଧୂପର ଅର୍ଦ୍ଧଶତକୀୟ ଓ ଶାନ୍ତନୁ ମିଶ୍ରଙ୍କ ଶତକୀୟ ପାଳି ଓଡ଼ିଶାକୁ ପରାଜୟରୁ ବଞ୍ଚାଇ ଦେଇଛି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିବା ଓଡ଼ିଶା ବିପକ୍ଷ ଗୋଆକୁ ପ୍ରଥମେ 181 ରନ୍ରେ ଅଲଆଉଟ କରିଥିଲା । ଦଳ ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିବା ବେଳ ଅଭିଷେକ ରାଉତ 2ଟି ୱିକେଟ ନେଇଥିଲେ । ଜବାବରେ ଓଡ଼ିଶା ପ୍ରଥମ ପାଳିରେ ଗୋଆଠାରୁ ଲିଡ୍ ହାସଲ କରିଥିଲା । ଦଳ ପକ୍ଷରୁ ରାଜେଶ ଧୂପରଙ୍କ ଅପରାଜିତ 71ରନ୍ ଦଳକୁ ଲିଡ ପ୍ରଦାନ କରିଥିଲା । ତେବେ ଦ୍ୱିତୀୟ ପାଳିରେ ଗୋଆ ଏକ ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଦଳ 5 ୱିକେଟ ହରାଇ 394 ରନ୍ରେ ଦ୍ୱିତୀୟ ପାଳି ଘୋଷଣା କରିଥିଲା ।