ଓଡିଶା

odisha

ETV Bharat / city

ଦଶହରାକୁ ହାଇକୋର୍ଟଙ୍କ ସବୁଜ ସଙ୍କେତ, କୋଭିଡ କଟକଣା ମଧ୍ୟରେ ଧରାବତରଣ କରିବେ ମା' - ହାଇକୋର୍ଟ

ଦଶହରା ପାଇଁ ହାଇକୋର୍ଟରୁ ମିଳିଛି ସବୁଜ ସଙ୍କେତ। କୋଭିଡ ନିୟମ ଅନୁଯାୟୀ କଟକରେ ପାଳିତ ହେବ ଦଶହରା। ଅଧିକ ପଢନ୍ତୁ...

ଦଶହରା ପାଇଁ ହାଇକୋର୍ଟ ଦେଲେ ସବୁଜ ସଙ୍କେତ, କୋଭିଡ କଟକଣାରେ ଧରାବତରଣ କରିବେ ମା'
ଦଶହରା ପାଇଁ ହାଇକୋର୍ଟ ଦେଲେ ସବୁଜ ସଙ୍କେତ, କୋଭିଡ କଟକଣାରେ ଧରାବତରଣ କରିବେ ମା'

By

Published : Aug 31, 2020, 3:32 PM IST

କଟକ: ମହାମାରୀ କୋରୋନା କବଳରେ ରହିଛି ସମଗ୍ର ରାଜ୍ୟ । ବଢି ଚାଲିଛି ସଂକ୍ରମଣ ସଂଖ୍ୟା । ଏପରି ସ୍ଥିତିରେ ଦଶହରା ପର୍ବ ପାଳନକୁ ନେଇ ଯେଉଁ ଆଶାଆଶଙ୍କା ଲାଗି ରହିଥିଲା, ସେଥିରେ ପୂର୍ଣ୍ଣଛେଦ ପଡିଛି । ଦଶହରା ପାଇଁ ହାଇକୋର୍ଟରୁ ମିଳିଛି ସବୁଜ ସଙ୍କେତ।

ଦଶହରା ପାଇଁ ହାଇକୋର୍ଟ ଦେଲେ ସବୁଜ ସଙ୍କେତ, କୋଭିଡ କଟକଣାରେ ଧରାବତରଣ କରିବେ ମା'

କୋଭିଡ ନିୟମ ଅନୁଯାୟୀ କଟକରେ ପାଳିତ ହେବ ଦଶହରା। ମଣ୍ଡପ ଭିତରେ ହେବ ମା'ଙ୍କ ମୂର୍ତ୍ତି ପୂଜା। ତେବେ ବିନା ଦର୍ଶକରେ ପୂଜା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ କଟକରେ ଦଶହରା ପାଇଁ ବାଟ ଫିଟିଛି ।

ସୂଚନାଯୋଗ୍ୟ, କଟକରେ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବାଲୁବଜାର ପୂଜା କମିଟି। ଦୁର୍ଗା ପୂଜା ନ ହେଲେ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହେବ ବୋଲି ଆବେଦନରେ ଦର୍ଶାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details