ଓଡିଶା

odisha

‘ପଡୋଶୀ ରାଜ୍ୟକୁ ୬୭ ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ପଠାଇଛି ଓଡିଶା’

କୋଭିଡ ଅଣାୟତ ହୋଇଥିବା ବେଳେ ବିଭିନ୍ନ ପଡୋଶୀ ରାଜ୍ୟକୁ ସହାୟତା ଯୋଗାଇଛି ଓଡିଶା। ପଠାଇଛି ଅକ୍ସିଜେନ ଟ୍ୟାଙ୍କର ।ଅଧିକ ପଢନ୍ତୁ....

By

Published : Apr 26, 2021, 5:16 PM IST

Published : Apr 26, 2021, 5:16 PM IST

ବିଭିନ୍ନ ପଡୋଶୀ ରାଜ୍ୟକୁ ୬୭ ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇଛି ଭାରତ
ବିଭିନ୍ନ ପଡୋଶୀ ରାଜ୍ୟକୁ ୬୭ ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇଛି ଭାରତ

କଟକ: କୋଭିଡର ଲହର ସାରା ଦେଶରେ ଜାରି ରହିଛି । ଯେଉଁଥିପାଇଁ ବର୍ତ୍ତମାନ ସମୟରେ ଅମ୍ଳଜାନର ଘୋର ଅଭାବ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଏହାରି ଭିତରେ ଓଡିଶା ମହାନତା ଦେଖାଇଛି । ସହଯୋଗର ହାତ ବଢ଼ାଇଛି ଏବଂ ପଠାଇଛି ଟ୍ୟାଙ୍କର ଟ୍ୟାଙ୍କର ଅକ୍ସିଜେନ । ଏହି ଯୋଗାଣ ଦାୟିତ୍ବରେ ଥିବା ଅଧିକାରୀ ଅତିରିକ୍ତ ଡିଜି ୱାଇ କେ ଜେଠଓ୍ବାଙ୍କ କହିବାନୁଯାୟୀ ସର୍ବମୋଟ ୬୭ ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ବିଭିନ୍ନ ପଡୋଶୀ ରାଜ୍ୟମାନଙ୍କୁ ଯୋଗାଯାଇଛି ।

ବିଭିନ୍ନ ପଡୋଶୀ ରାଜ୍ୟକୁ ୬୭ ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇଛି ଭାରତ ବିଭିନ୍ନ ପଡୋଶୀ ରାଜ୍ୟକୁ ୬୭ ଟି ଟ୍ୟାଙ୍କରରେ ୧୨୬୭.୯୩୧ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇଛି ଭାରତ

ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶକୁ ୨୨ ଟି ଟ୍ୟାଙ୍କରରେ ୪୫୮.୦୩ ମେଟ୍ରିକ ଟନ, ତେଲେଙ୍ଗାନାକୁ ୧୭ ଟି ଟ୍ୟାଙ୍କରରେ ୨୯୧.୭୬୯ ମେଟ୍ରିକ ଟନ, ମହାରାଷ୍ଟ୍ରକୁ ୬ ଟି ଟ୍ୟାଙ୍କରରେ ୧୦୨.୦୬ ମେଟ୍ରିକ ଟନ, ମଧ୍ୟପ୍ରଦେଶକୁ ୮ ଟି ଟ୍ୟାଙ୍କରରେ ୧୩୧.୨୩ ମେଟ୍ରିକ ଟନ, ହରିୟାଣାକୁ ୮ ଟି ଟ୍ୟାଙ୍କରରେ ୧୮୭ .୫୧୨ ମେଟ୍ରିକ ଟନ , ଉତ୍ତରପ୍ରଦେଶକୁ ୪ ଟି ଟ୍ୟାଙ୍କରରେ ୬୬.୩୯ ମେଟ୍ରିକ ଟନ,ଛତିଶଗଡ଼କୁ ୨ଟି ଟ୍ୟାଙ୍କରରେ ୩୦.୬୭ ମେଟ୍ରିକ ଟନ ଅକ୍ସିଜେନ ଯୋଗାଇଛି ଓଡିଶା । ଏହାବ୍ୟତୀତ କୋଭିଡ ନିୟନ୍ତ୍ରଣରେ ବ୍ୟବହାର ହୋଇଥିବା ସମସ୍ତ ଔଷଧ ଆବଶକୀୟ ଯନ୍ତ୍ରପାତି ରାଜ୍ୟ ବାହାରର ଔଷଧ ବିକ୍ରେତା କିମ୍ବା ରୋଗୀଙ୍କୁ ପ୍ରତ୍ୟକ୍ଷ ଭାବରେ ନପଠାଇବାକୁ ରାଜ୍ୟ ଭିତରର ବିତରକ ମାନଙ୍କୁ ନୋଟିସ ଦିଆଯାଇଛି । ଅନ୍ୟପଟେ ଏହି ସବୁ ଅତ୍ୟାବଶକୀୟ ସାମଗ୍ରୀର କଳା ବଜାରୀ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ଯଦି ଅନିୟମିତତାର ସାମାନ୍ୟ ସୂଚନା ମିଳେ ତେବେ କୋଭିଡ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଅତିରିକ୍ତ ଡିଜି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details