କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ କନ୍ଫରେନସ କକ୍ଷରେ ଆୟୋଜତ ହୋଇଛି 22ତମ ଓଡିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ । ଚାଲିଥିଲା ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର । ଏହି ଆଲୋଚନାରେ ମୁଖ୍ୟ ବିଷୟ ବସ୍ତୁ ବର୍ତ୍ତମାନ ପରିସ୍ଥିତିରେ ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରତି ଏକ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର ଥିଲା ।
ସାମ୍ପ୍ରତିକ ଦେଶ ତଥା ସମଗ୍ର ବିଶ୍ଵରେ ପରିବେଶ ଦିନକୁ ଦିନ ଦୂଷିତ ହୋଇପଡୁଛି । କଳକାରଖାନାରୁ ବାହାରୁଥିବା ଧୁଆଁ, ଅତ୍ୟଧିକ ଗାଡ଼ି ଚଳା ଚଳ,ଜନ ସଂଖ୍ୟା ବୃଦ୍ଧି ହିଁ ଦୂଷିତ ପରିବେଶର କାରଣ ହୋଇ ପଡ଼ିଛି। ଯାହା ଫଳରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଦୂଷିତ ପରିବେଶ ଯୋଗୁଁ ବାୟୁ ମଣ୍ଡଳର ଘନ ଘନ ପରିବର୍ତ୍ତନ ଘଟୁଛି, ଯାହାଫଳରେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ମଣିଷ ସମାଜରେ ନାନା ଅଘଟଣ ଘଟୁଛି। ଦୂଷିତ ପରିବେଶ ଏବଂ ପ୍ରଦୂଷଣ ମାତ୍ରା କିପରି ରୋକାଯାଇ ପାରିବ ସେ ସମ୍ପର୍କରେ ଗବେଷଣାର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ, ପ୍ରଫେସରମାନେ ମତବ୍ୟକ୍ତ କରିଥିଲେ । ଦେଶର ଅନ୍ୟ ପ୍ରାନ୍ତ ଭଳି ଓଡ଼ିଶାରେ ବାୟୁ, ମତ୍ତିକା ଓ ଜଳ ପ୍ରଦ୍ୟୁଷଣର ମାତ୍ର ବଢିଥିବା ପ୍ରସଙ୍ଗ ମଧ୍ୟ ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲା ।