ଓଡିଶା

odisha

ETV Bharat / city

Ind vs SA T20: ଆଜିଠୁ ଅଫଲାଇନ ଟିକେଟ ବିକ୍ରି, କିଣିବେ OCA ଅନୁବନ୍ଧିତ - ଭାରତ ଦକ୍ଷିଣ ଆଫ୍ରିକା ଟି20 ଅଫଲାଇନ ଟିକେଟ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ ପାଇଁ ଆଜିଠୁ (ମଙ୍ଗଳବାର) ଅଫ୍‌ଲାଇନ ଟିକେଟ ବିକ୍ରି, ପ୍ରଥମେ OCA ଅନୁବନ୍ଧିତଙ୍କୁ ମିଳିବ ଟିକେଟ୍‌ । ଅଧିକ ପଢନ୍ତୁ

ଆଜିଠୁ ଅଫଲାଇନ ଟିକେଟ ବିକ୍ରି
ଆଜିଠୁ ଅଫଲାଇନ ଟିକେଟ ବିକ୍ରି

By

Published : Jun 7, 2022, 10:25 AM IST

Updated : Jun 7, 2022, 12:34 PM IST

କଟକ:ଭାରତ ଓ ଦକ୍ଷିଣ ଆଫ୍ରିକା (India vs South Africa) ମଧ୍ୟରେ ବାରବାଟୀରେ ଜୁନ୍‌ 12 ତାରିଖରେ ଖେଳାଯିବ ଟି20 ମ୍ୟାଚ୍‌ । ଏହି ମ୍ୟାଚ୍‌ର ଅଫଲାଇନ ଟିକେଟ ଜୁନ୍‌ 9 ତାରିଖ (ଗୁରୁବାର) ଠାରୁ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରେ ବିକ୍ରି ହେବ । ତେବେ ଆଜି ମଙ୍ଗଳବାର ଓଡିଶା କ୍ରିକେଟ ଆସୋସିଏସନ ସହ (OCA) ଅନୁବନ୍ଧିତ 70ଟି ୟୁନିଟ ପ୍ରଥମ ପର୍ଯ୍ୟାୟରେ ଟିକେଟ କିଣିଛନ୍ତି । ଓସିଏ ସମ୍ମିଳନୀ କକ୍ଷରେ ଏହି ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି । 2 ଦିନ ଧରି ଏହି ଟିକେଟ ବିକ୍ରି ଚାଲିବ । ଓସିଏ ଅନୁବନ୍ଧିତ ସଂସ୍ଥା, କ୍ଳବ ସ୍କୁଲ, କଲେଜ, ଜିଲ୍ଲାମାନଙ୍କୁ ଆଜି ଓସିଏରେ ଅଫଲାଇନ ଟିକେଟ ଦିଆଯାଉଛି ।

ଆଜିଠୁ ଅଫଲାଇନ ଟିକେଟ ବିକ୍ରି

8 ହଜାର ଟିକେଟ ବିକ୍ରି ନେଇ OCA ପକ୍ଷରୁ ସୂଚନା ମିଳିଛି । କେବଳ ଅନୁମତି ପାଇଥିବା ସଦସ୍ୟଙ୍କୁ ଓସିଏ କନଫରେନ୍ସ ହଲ୍‌କୁ ଛଡାଯାଇଛି । ଆଉ ସେମାନେ ଟିକେଟ କିଣିଛନ୍ତି । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଟିକେଟ ବିକ୍ରି ହୋଉଛି । ଆଉ ଯେଉଁ ଟିକେଟ ବଳକା ରହିବ ତାହାକୁ ସାଧାରଣ 9 ଓ 10 ତାରିଖରେ କାଉଣ୍ଟରରେ ବିକ୍ରି କରାଯିବ । 32ଟି ଜିଲ୍ଲା କ୍ରିକେଟ ସଂଘ ଏବଂ 26ଟି କ୍ଲବ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ମିଶାଇ ଓସିଏ ସହିତ ମୋଟ 70ଟି ଅନୁବନ୍ଧିତ ୟୁନିଟ ରହିଛନ୍ତି । ଜୁନ ପହିଲାରେ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ।

ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିଥିଲା । ଦୀର୍ଘ ଦିନ ପରେ ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବାକୁ ଯାଉଥିବାରୁ ଓଡିଆ କ୍ରିକେଟପ୍ରେମୀ ଉତ୍ସାହିତ ରହିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍‌ 9ରୁ 5 ଟିକିଆ ଟି20 ସିରିଜ ଖେଳାଯିବାର ସୂଚୀ ରହିଛି । ସିରିଜର ପ୍ରଥମ ମ୍ୟାଚ୍‌ ଅରୁଣ ଜେଟଲି ଷ୍ଟାଡିୟମ ଦିଲ୍ଲୀରେ ଖେଳାଯିବ । ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ କଟକରେ ଦ୍ବିତୀୟ ଟି20 ମ୍ୟାଚ୍‌ ଖେଳିବେ । କେଏଲ ରାହୁଲ ଭାରତୀୟ ଟିମର କ୍ୟାପଟେନ୍‌ ଓ ଋଷଭ ପନ୍ତ ଏହି ସିରିଜରେ ଟିମର ଭାଇସ କ୍ୟାପଟେନ ରହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jun 7, 2022, 12:34 PM IST

ABOUT THE AUTHOR

...view details