କଟକ: ଲକ୍ଡାଉନ୍ ସମୟରେ ଗାଡି ସିଜ୍ ପ୍ରସଙ୍ଗରେ ହାଇକୋର୍ଟ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ଆଜି ସେଥିରେ ସଂଶୋଧନ କରାଯାଇଛି। ଗାଡି ଜବତ ପ୍ରସଙ୍ଗରେ ହାଇକୋର୍ଟ ଆଜି ସାନି ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ସମୟରେ କେବଳ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କର୍ମକ୍ଷେତ୍ରକୁ ବାଇକ ନେଇ ଯାଇପାରିବେ। ସେହିପରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି 3 ଥର ଅଣ୍ଡରଟେକିଂ ଦେଇ ଗାଡି ନେଇ ପାରିବେ ବୋଲି ହାଇକୋର୍ଟ ତାଙ୍କ ନୂଆ ନିର୍ଦ୍ଦେଶରେ କହିଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ, କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଚଳାଇ ପାରିବେ ବାଇକ୍ - ବରିଷ୍ଠ ନାଗରିକ
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ 3 ଥର ଅଣ୍ଡରଟେକିଂ ଦେଇ ବାଇକ୍ ଚଳାଇ ପାରିବେ ବୋଲି ଏଥିରେ କୁହାଯାଇଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସଂଶୋଧନ, କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ 3ଥର ଅଣ୍ଡର ଟେକିଂ ଦେଇ ଚଳାଇ ପାରିବେ ବାଇକ୍
ସୂଚନାଥାଉକି, ଗତକାଲି ଜବତଗାଡିକୁ ଅଣ୍ଡରଟେକିଂ ଦେଇ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଯାହାଫଳରେ ଆଜି ଅନେକ ସ୍ଥାନରେ ଲୋକମାନେ ଗାଡି ବ୍ୟବହାର କରିଥିଲେ। ତେବେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ଆଡଭୋକେଟ ଜେନେରାଲ ଓ ଅତିରିକ୍ତ ସରକାରୀ ଓକିଲ । ଏହି ନିର୍ଦ୍ଦେଶକୁ ସଂଶୋଧନ କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଥିଲା।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ