ଓଡିଶା

odisha

By

Published : Nov 20, 2019, 10:41 PM IST

ETV Bharat / city

ନବବଧୂକୁ ନିର୍ଯାତନା, ଘରୁ ଘୋଷାଡି ଆଣି ରାସ୍ତାରେ ଫିଙ୍ଗିଦେଲେ ସ୍ବାମୀ ଓ ଶାଶୂ

କଟକ ଜିଲ୍ଲା ବାଙ୍କୀ ଥାନା ଚକାପଦ ଗ୍ରାମରେ ନବବଧୂକୁ ନିର୍ଯାତନା ଅଭିଯୋଗ । ନିଜ ସ୍ବାମୀ ଓ ଶାଶୂ ଘରେ ବାଡେଇ ରାସ୍ତାରେ ପକାଇଥିବା ଅଭିଯୋଗ ପରେ ସ୍ବାମୀକୁ ଅଟକ ରଖିଲା ପୋଲିସ ।

ଡିଜାଇନ ଫଟୋ

କଟକ: ନବବଧୂକୁ ନିର୍ଯାତନା । ବାଙ୍କୀ ଥାନା ଚକାପଦ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ନବବଧୂକୁ ଘରେ ବାଡେଇବା ସହ ଘୋଷାଡି ଆଣି ମୁର୍ମୂଷୁ ଅବସ୍ଥାରେ ରାସ୍ତାକଡରେ ସ୍ବାମୀ ଓ ଶାଶୂ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ନବବଧୂକୁ ନିର୍ଯାତନା, ଥାନାରେ ସ୍ବାମୀ ଅଟକ

ମୁର୍ମୂଷୁ ଅବସ୍ଥାରେ ପଡିଥିବା ସମୟରେ ଗ୍ରାମବାସୀ ଓ ଅଗ୍ନିଶ୍ରମ ବିଭାଗ ନବବଧୂକୁ ଉଦ୍ଧାର କରି ବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସେପଟେ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ସ୍ବାମୀକୁ ଅଟକ ରଖି ପଚରାଉଚରା ଚଳାଇଛି ।

ଏଭଳି ଘଟଣାକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ପୋଲିସ ତଦନ୍ତ କରି ନବବଧୂକୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ପୋଲିସ ମନା କରିଦେଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details