ଓଡିଶା

odisha

By

Published : Oct 23, 2020, 9:13 PM IST

ETV Bharat / city

କଟକ ମହାନଗର ନିଗମରୁ ଦିନକରେ ୭୪ କୋରୋନା ପଜିଟିଭ ଚିହ୍ନଟ

କଟକ ମହାନଗର ନିଗମରୁ ଆଜି(ଶୁକ୍ରବାର) ୭୪ କୋରୋନା ଆକ୍ରାନ୍ତ ଚିହ୍ନଟ । ଆଜିର ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

କଟକ ମହାନଗର ନିଗମରୁ ଦିନକରେ ୭୪ କରୋନା ପଜେଟିଭ ଚିହ୍ନଟ
କଟକ ମହାନଗର ନିଗମରୁ ଦିନକରେ ୭୪ କରୋନା ପଜେଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମରୁ ଆଜି(ଶୁକ୍ରବାର) ୭୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ସରକାରୀ କ୍ୱାରଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ୪୧ ଜଣ ସ୍ଥାନୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୧୪ ହଜାର ୪୨୪ ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୧୩ ହଜାର ୪୮୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୬୬ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ବର୍ତ୍ତମାନ ୮୭୫ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details