ଓଡିଶା

odisha

By

Published : Aug 3, 2022, 7:53 AM IST

ETV Bharat / city

ପାରାଦୀପରେ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ମାମଲା, NTGଙ୍କ ଜବାବ ତଲବ

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦ୍ବୀପରେ ପ୍ରସ୍ତାବିତ ଷ୍ଟିଲ ଫ୍ଲାଣ୍ଟକୁ ବିରୋଧ କରି ଦାୟର ହୋଇଥିବା ମାମଲାକୁ ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଟିଜି)ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ

ପାରାଦୀପରେ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ମାମଲା
ପାରାଦୀପରେ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ମାମଲା

କଟକ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦ୍ବୀପରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ଦାୟର ହୋଇଥିବା ମାମଲାକୁ ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଟିଜି)ନୋଟିସ ଜାରି କରିଛନ୍ତି । ଏପ୍ରିଲ ୧୨ରେ ପରିବେଶ ମଞ୍ଜୁରୀ ବିରୋଧରେ ଦାୟର ମାମଲାରେ ଏନଟିଜି ସମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ, କେନ୍ଦ୍ର ସରକାର, ଜେଏସଡବ୍ଲୁ ଷ୍ଟିଲ ଉତ୍କଳ ଷ୍ଟିଲ ଲିମିଟେଡ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟ ଅଥରିଟିକୁ ଏନଟିଜି ନୋଟିସ କରି 4 ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ବର 14କୁ ଧାର୍ଯ୍ୟ କରାଯାଇଛି ।

ପାରାଦୀପରେ ଷ୍ଟିଲ ପ୍ଲାଣ୍ଟକୁ ବିରୋଧ କରି ମାମଲା

ମାମଲାର ବିବରଣୀରୁ ପ୍ରକାଶ ଯେ ଜେଏସଡବ୍ଲୁ ଷ୍ଟିଲ ପକ୍ଷରୁ ପାରାଦୀପ ନିକଟରେ ୧୩.୨ ଏମଟିପିଏ କ୍ଷମତାର ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ଷ୍ଟିଲପ୍ଲାଣ୍ଟ, କ୍ରୁଡଷ୍ଟିଲ, ସିମେଣ୍ଟ ଗ୍ରା‌ଇଣ୍ଡିଂ ୟୁନିଟ ଓ କ୍ୟାପଟିଭ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଥିଲେ। ଏହି ପ୍ରକଳ୍ପ ପାଇଁ ୨୦୨୨, ଏପ୍ରିଲ ୧୨ରେ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପ ସହିତ ଜଟାଧାରୀ ମୁହାଣରେ ସବୁ ଋତୁକୁ ସୁହାଉଥିବା ମଲ୍ଟି କାର୍ଗୋ ଗ୍ରିନ ଫିଲ୍ଡ ଜେଟ୍ଟି ଜଡିତ।

ଏହି ନୂଆ ପ୍ରକଳ୍ପ ପ୍ରତିଷ୍ଠା ହେଉଥିବା ସ୍ଥାନ ନିକଟରେ ପୂର୍ବରୁ ବହୁ ଶିଳ୍ପ ସଂସ୍ଥା ରହିଛି । ଏଭଳି ସ୍ଥିତିରେ ନୂଆ ପ୍ରକଳ୍ପ ଦ୍ବାରା ପରିବେଶ ଉପରେ ପଡିବାକୁ ଥିବା ପ୍ରଭାବ ଆକଳନ କରାଯିବା କଥା । କିନ୍ତୁ ଏପରି କରାନଯାଇ ନିୟମ ଉଲ୍ଲଂଘନ କରି ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details