ଓଡିଶା

odisha

ETV Bharat / city

କଟକରେ ଇଦ୍‌ ପାଳୁଛନ୍ତି ମୁସଲିମ୍‌ ଧର୍ମାବଲମ୍ବୀ - ମସଜିଦରେ ସମୂହ ନମାଜ ପାଠ

ଆଜି(ସୋମବାର) ହେଉଛି ପବିତ୍ର ଇଦ-ଉଲ- ଜୁହା। ଏହି ଅବସରରେ ଭାଇଚାରାର ସହର କଟକରେ ଇଦ୍‌ ପାଳୁଛନ୍ତି ମୁସଲିମ୍‌ ଧର୍ମାବଲମ୍ବୀ ।

ଡିଜାଇନ ଫଟୋ

By

Published : Aug 12, 2019, 11:06 AM IST

କଟକ: ଆଜି(ସୋମବାର) ହେଉଛି ପବିତ୍ର ଇଦ- ଉଲ-ଜୁହା । ଆଜିର ଦିନକୁ ଇସଲାମ ଧର୍ମରେ ବଳିଦାନର ଦିନ ବା ବକରୀ ଇଦ୍‌ ବୋଲି କୁହାଯାଏ। ଏହି ଅବସରରେ ମୁସଲିମ୍‌ ଧର୍ମାବଲମ୍ବୀ ସକାଳୁ ମସଜିଦରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରାଜ୍ୟର ବିଭିନ୍ନ ମସଜିଦରେ ଏହାକୁ ଧୁମଧାମରେ ପାଳନ କରାଯାଉଥିବାବେଳେ, କଟକରେ ମଧ୍ୟ ଏହାକୁ ପାଳନ କରାଯାଇଛି। କଟକର ବିଭିନ୍ନ ମସଜିଦରେ ମୁସଲିମ୍‌ ଧର୍ମାବଲମ୍ବୀ ଭିଡ ଦେଖିବାକୁ ମିଳିଥିଲା। ତେବେ ଭାଇଚାରାର ସହର କଟକରେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ କରାଯାଇଛି । ସମୂହ ନମାଜ ପାଠ ପରେ ପରସ୍ପର ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details