ଓଡିଶା

odisha

ETV Bharat / city

ପୌର ନିର୍ବାଚନ ମାମଲା, ଜବାବ ଦାଖଲ ପାଇଁ ECଙ୍କୁ ମାସେ ସମୟ ଦେଲେ ହାଇକୋର୍ଟ

ଆସନ୍ତା ୪ ସପ୍ତାହ ମଧ୍ୟରେ ପୌର ନିର୍ବାଚନ ନେଇ ମତ ରଖିବାକୁ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ପୌର ନିର୍ବାଚନ ମାମଲା, କମିଶନଙ୍କୁ ମାସେ ସମୟ ଦେଲେ ହାଇକୋର୍ଟ
ପୌର ନିର୍ବାଚନ ମାମଲା, କମିଶନଙ୍କୁ ମାସେ ସମୟ ଦେଲେ ହାଇକୋର୍ଟ

By

Published : Aug 25, 2021, 1:54 PM IST

କଟକ: ହାଇକୋର୍ଟରେ ପହଞ୍ଚିଲା ପୌର ନିର୍ବାଚନ ମାମଲା । ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପୌର ନିର୍ବାଚନ ମାମଲା, କମିଶନଙ୍କୁ ମାସେ ସମୟ ଦେଲେ ହାଇକୋର୍ଟ

ଆଜି ନିର୍ବାଚନକୁ ନେଇ ତିନୋଟି ପୃଥକ ପୃଥକ ମାମଲାର ଏକତ୍ର ଶୁଣାଣି କରିଛନ୍ତି ହାଇକୋର୍ଟ । ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ରାଜ୍ୟରେ ପୌର ନିର୍ବାଚନକୁ ନେଇ କଟକ, ପୁରୀ ଓ ଭୁବନେଶ୍ୱରର ବାସିନ୍ଦା ୩ଟୁ ମାମମଲା ରୁଜୁ କରିଥିଲେ । କଟକରୁ ପୁର୍ବତନ ମନ୍ତ୍ରୀ ସମୀର ଦେ, ପୁରୀରୁ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଭୁବନେଶ୍ୱରରୁ ପ୍ରସନ୍ନ କୁମାର ମିଶ୍ର ମାମଲା ଦାୟର କରିଥିଲେ ।

ଏହାର ଶୁଣାଣି କରି ହାଇକୋର୍ଟ ଆଜି ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details