ଓଡିଶା

odisha

ETV Bharat / city

ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ହେବ 'ଉଦ୍ୟମ ସମାଗମ'

ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ଏବଂ ଓଡିଶା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗର (ଏମଏସଏମଇ) ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ 'ଉଦ୍ୟମ ସମାଗମ' ।

By

Published : Feb 27, 2019, 9:43 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ଏବଂ ଓଡିଶା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗର (ଏମଏସଏମଇ) ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ 'ଉଦ୍ୟମ ସମାଗମ' । ଏହା ଚଳିତ ମାସ 26 ରେ ଆରମ୍ଭ ହୋଇ 27ରେ ଶେଷ ହେବ । ପ୍ରାୟ ଦୁଇ ଦିନ ଧରି ଏହା ଅନୁଷ୍ଠିତ ହେବ । ଯାହା ଦ୍ୱରା ଲାଭାନ୍ୱିତ ହେବେ ରାଜ୍ୟର କ୍ଷୁଦ୍ର ଉଦ୍ୟୋଗୀ।

ଏହି ସମାଗମରେ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି, ଅଭିନବକରଣ, ବଜାର ସଂଯୋଗୀକରଣ, ବୈଷୟିକ କୌଶଳ ପ୍ରଦର୍ଶନ ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରାଯିବ । ଏହାସହିତ ସ୍ଥାୟୀ ଓ ଭାଗୀ ଉଦ୍ୟୋଗୀ ଏହାର ଆଧାର ସହ ସରକାରୀ ମାର୍କେଟିଙ୍ଗ ପାଇଁ ସିଧାସଳଖ ପଞ୍ଜିକରଣ କରାଇପାରିବେ। ଯାହ ଫଳରେ କ୍ଷୁଦ୍ର ଓ ସୂକ୍ଷ୍ମ ଶିଳ୍ପର ସମୃଦ୍ଧି ଓ ବିକାଶ ହୋଇପାରିବ ।

ଏହାସହିତ କୃଷି ଖାଦ୍ୟ ପ୍ରକ୍ରିୟାକରଣ, ରପ୍ତାନି ସୁଯୋଗ, ଜିଏସଟି, କ୍ଲଷ୍ଟର, ମସଲା ଉଦ୍ୟୋଗର ବିଷୟରେ ଆଲୋକପାତ କରାଯିବ। ଏହି ସମାଗମରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମେତ ଭାରତ ସରକାରଙ୍କ ସାର୍ବଜନୀନ ଉଦ୍ୟୋଗ, ବ୍ୟାଙ୍କ ଓ ଆର୍ଥିକ ପ୍ରୋତ୍ସାହନକାରୀ ସଂସ୍ଥାକୁ ମିସାଇ 100 ଟି ଷ୍ଟଲ ସ୍ଥାପନ କରାଯିବ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ABOUT THE AUTHOR

...view details