ଓଡିଶା

odisha

ETV Bharat / city

'ମାତୃଭାଷା ଆଖି, ରାଷ୍ଟ୍ରୀୟ ଭାଷା ଚଷମା'

କଟକରେ ଆୟୋଜିତ ଆଦିକବି ସାରଳା ଦାସଙ୍କ 600ତମ ଜୟନ୍ତୀରେ ଉପରାଷ୍ଟ୍ରପତିଙ୍କ ଯୋଗଦାନ । ମାତୃଭାଷାକୁ ପ୍ରାଧାନ୍ୟ ଦେଇ ଆରମ୍ଭ କଲେ ଉଦବୋଧନ । ଅଧିକ ପଢନ୍ତୁ...

'ମାତୃଭାଷା ଆଖି, ରାଷ୍ଟ୍ରୀୟ ଭାଷା ଚଷମା'
'ମାତୃଭାଷା ଆଖି, ରାଷ୍ଟ୍ରୀୟ ଭାଷା ଚଷମା'

By

Published : Apr 2, 2021, 7:57 PM IST

Updated : Apr 2, 2021, 8:25 PM IST

କଟକ: ମାତୃଭାଷା ହେଉଛି ଆମର ଆଖି ଆଉ ରାଷ୍ଟ୍ରୀୟ ଭାଷା ଚଷମା । କଟକରେ ଅନୁଷ୍ଠିତ ସାରଳା ଦାସଙ୍କ 600ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇ ଏପରି ମତବ୍ୟକ୍ତ କରିଛନ୍ତି ।

'ମାତୃଭାଷା ଆଖି, ରାଷ୍ଟ୍ରୀୟ ଭାଷା ଚଷମା'

ଏହି ଅବସରରେ ଉପରାଷ୍ଟ୍ରପତି ଯୋଗଦେଇ ସାହିତ୍ୟିକ ଲେଖକମାନେ ଆଦିକବିଙ୍କ ଲେଖନୀକୁ ଆଗେଇ ନେବା ଉଚିତ୍ ବୋଲି କହିଛନ୍ତି । ଏଥିସହ ସମସ୍ତଙ୍କୁ ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ୍ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ବର୍ତ୍ତମାନର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମାତୃଭାଷାରେ ପାଠପଢି ଆସିଛନ୍ତି । ଆଗାମୀ ସମୟରେ ମାତୃଭାଷାକୁ ସମ୍ମାନ ଦେବା ପାଇଁ ଯୋଜନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ମାତୃଭାଷାର ଆଲୋଚନା କରିବା ଦ୍ୱାରା ଭାବନାର ଆଦାନ ପ୍ରଦାନ ହୋଇପାରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ସାରଳା ଦାସଙ୍କ ଅବଦାନକୁ ମନେ ପକେଇବା ଉଚିତ୍ । ଏଥିରେ ଯୁବପୀଢ଼ୀଙ୍କ ଭାଗ ନେବାର ଆବଶ୍ୟକତା ରହିଛି । ସମସ୍ତଙ୍କୁ ନିଜ ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଏହାର ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରିବା ଉଚିତ୍ । ରାଜ୍ୟସଭାରେ ସାଂସଦଙ୍କୁ ୨୨ ଟି ଭାଷାରେ କହିବାର ସୁଯୋଗ ଦିଆଯାଉଛି । ସବୁକ୍ଷେତ୍ରରେ ତାହା ଲାଗୁ ହେବା ଉଚିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ।

ତେବେ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇ ସାରଳା ଦାସଙ୍କ ସ୍ମୃତିକୁ ମନେ ପକାଇବା ସହ ମାତୃଭାଷାର ଆନ୍ତରିକତା ବାବଦରେ ଆଲୋଚନା କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 2, 2021, 8:25 PM IST

ABOUT THE AUTHOR

...view details